ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ

0
70

ଟିଟିଲାଗଡ଼,୩୧.୦୩.୨୦୨୫(ଜେ.ଏନ୍.ଏସ୍.),ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣ ସମାଜ ସଭାପତି ସୁବୋଧ ଚନ୍ଦ୍ର ଦାଶ ଓ ସମ୍ପାଦକ ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିର ଓ  କଳାହାଣ୍ଡି ଜିଲ୍ଲାରୁ ଆସିଥିବା ୧୨ ଜଣ ବଟୁ ଙ୍କ ବ୍ରତୋପନୟନ କରାଯାଇଥିଲା । କାର୍ଯ୍ୟକ୍ରମରେ ମନ୍ଦରଧର ପଣ୍ଡା ମୁଖ୍ୟ ଆଚାର୍ଯ୍ୟ ଦାୟିତ୍ଵ ତୁଲାଇଥିବା ବେଳେ ବିନାୟକ ଷଡ଼ଙ୍ଗୀ, ଶରତ ମିଶ୍ର, ରୂପକ ନାୟକ, ଡୋଳାମଣି ମିଶ୍ର, ରାଜୁ ଦାସ, ପ୍ରଦୀପ ପାଢ଼ୀ, ରାଜକିଶୋର ପୁରୋହିତ, କାହ୍ନୁ ମିଶ୍ର, ମାନସ ପାଣି ପ୍ରମୁଖ ଆଚାର୍ଯ୍ୟ ଭାବରେ ଉପନୟନ କାର୍ଯ୍ୟ ତୁଲାଇଥିଲେ । ଟିଟିଲାଗଡ଼ ବିଧାୟକ ନବୀନ ଜୈନ କାର୍ଯ୍ୟକ୍ରମରେ ଯୋଗଦେଇ ବ୍ରହ୍ମଚାରୀଙ୍କୁ ସୁଭାଶିଷ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାମ ନାରାୟଣ ମିଶ୍ର, ଶୁକଦେବ ଯୋଶୀ, ରମା ନାଥ ଖମାରୀ, ଜଗନ୍ନାଥ ପଣ୍ଡା, ରାଜୀବ ଲୋଚନ ପାଢ଼ୀ, ଅଖିଳ ପଣ୍ଡା, କିଶୋର ଦାସ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here