ତେଜିଲା ଟିଟିଲାଗଡ ଜିଲ୍ଲା ମାନ୍ୟତା ଦାବୀ, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ର ସାଧାରଣ ବୈଠକ

ଟିଟିଲାଗଡ,୧୪/୯(ଜେଏନଏସ),ରାଜ୍ୟର ସର୍ବବୃହତ ଓ ପୁରାତନ ଟିଟିଲାଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ତିନି ଦଶନ୍ଧି ଧରି ଦାବୀ ହୋଇ ଆସୁଛି।ରାଜ୍ୟ ରେ ସରକାର ବଦଳିବା ର ୧୩ ମାସ ପରେ ଏହି ଦାବୀ ପୁଣି ଉଜ୍ଜୀବିତ ହୋଇଥିବା ଦେଖିବାକୁ ମିଳିଛି।ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ବାର କାଉନସିଲ ସଭାଗୃହ ଠାରେ କମିଟି ଆବାହକ ସଞ୍ଜୟ ବେହେରା ଙ୍କ ସଭାପତିତ୍ବରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଵତନ୍ତ୍ର ରଣନୀତି ନେଇ ପ୍ରସ୍ତୁତି ସହ ଆନ୍ଦୋଳନ କୁ କ୍ରିୟାଶୀଳ କରାଯିବା କୁ ବୈଠକ ରେ ସାମୁହିକ ମତ ପ୍ରକାଶ ପାଇଥିଲା।ସ୍ଥାନୀୟ ବିଧାୟକ ନବୀନ ଜୈନ ଉପଖଣ୍ଡ ବାସୀ ଙ୍କ ଏହି ନ୍ୟାର୍ଯ୍ୟ ଦାବି କୁ ସମ୍ମାନ ଜଣାଇବା ସହ ନିଜେ ଏହି ଆନ୍ଦୋଳନରେ ପୂର୍ବରୁ ଜଡ଼ିତ ଥିବା ଉଲ୍ଲେଖ କରିଥିଲେ।ଜିଲ୍ଲା ମାନ୍ୟତା ପାଇଁ ଆବଶ୍ୟକ ସମସ୍ତ ମାପଦଣ୍ଡ ପୂରଣ କରୁଥିଲେ ମଧ୍ୟ ଅଞ୍ଚଳ ବାସୀ ଙ୍କ ଏହି ଦାବୀ କେବଳ ପ୍ରତିଶୁତି ଓ ପ୍ରତାରଣା ମଧ୍ୟରେ ଛନ୍ଦି ହୋଇ ରହିଛି।ଉପଖଣ୍ଡବାସୀ ଙ୍କ ଏହି ଦାବୀ କୁ ନେଇ ପୂର୍ବ ସରକାର ର ଆଭିମୁଖ୍ୟ ସ୍ପଷ୍ଟ ନ ଥିବା ବେଳେ ବର୍ତ୍ତମାନ ର ମୋହନ ସରକାର ନିଶ୍ଚୟ ଏହାକୁ ଗୁରୁତ୍ଵ ଦେବେ ବୋଲି ବିଧାୟକ ଶ୍ରୀ ଜୈନ ଦୃଢୋକ୍ତି ପ୍ରକାଶ କରିଥିଲେ। ଆନ୍ଦୋଳନ ଏହାର ସମାଧାନ ନୁହେଁ ବରଂ ଏକ ସ୍ଵତନ୍ତ୍ର ପ୍ରତିନିଧି ଦଳ ତାଙ୍କ ସହ ରାଜଧାନୀ ଗସ୍ତ ରେ ଯାଇ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଙ୍କ ଠାରେ ସଠିକ ଭାବରେ ଏହି ଦାବୀ ଉପସ୍ଥାପନା କରିବାକୁ ଶ୍ରୀ ଜୈନ କମିଟି ସମ୍ମୁଖ ରେ ପ୍ରସ୍ତାବ ଆଗତ କରିଥିଲେ।ଯାହା ସାମୁହିକ ଭାବରେ ଗୃହୀତ ହୋଇଥିଲା।ଖୁବଶିଘ୍ର ଏକ ସ୍ଵତନ୍ତ୍ର କମିଟି ଗଠନ କରାଯିବା ସହ ବିଧାୟକ ଶ୍ରୀ ଜୈନ ଙ୍କ ନେତୃତ୍ୱରେ ରାଜଧାନୀ ଗସ୍ତ ରେ ଯାଇ ମୁଖ୍ୟମନ୍ତ୍ରୀ ଙ୍କ ଠାରେ ଉପଖଣ୍ଡ ବାସୀ ଙ୍କ ଏହି ଦାବୀ ଉପସ୍ଥାପନ କରିବେ ବୋଲି ଆବାହକ ଶ୍ରୀ ବେହେରା ଘୋଷଣା କରିଥିଲେ।କାର୍ଯ୍ୟକ୍ରମରେ ମୁରିବାହଲ ବାର  ଆସୋସିଏସନ୍, ନାଗରିକ ମଞ୍ଚ,ସମାଜ କଲ୍ୟାଣ ପରିଷଦ,ବଣିକ ସଂଘ,ଚେମ୍ବର ଅଫ କମର୍ସ,ପ୍ରକୃତି ରକ୍ଷା ଫାଉଣ୍ଡେସନ,ମୁସଲିମ ସମାଜ,ମାରୱାଡ଼ି ଯୁବାମଞ୍ଚ, ଲାୟଂସ କ୍ଲବ ପ୍ରମୁଖ ଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ର ପ୍ରତିନିଧି ,ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles