ଆସନ୍ତା ୧୭ ତାରିଖ ରେ ହେବ ମେଗା ରକ୍ତଦାନ ଶିବିର, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ବିଧାୟକ

ଟିଟିଲାଗଡ଼,୧୪/୯(ଜେଏନଏସ),ଚଳିତ ମାସ ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ଜନ୍ମ ଦିବସ ଅବସରରେ ଟିଟିଲାଗଡ ମହାବୀର ପଞ୍ଚାୟତ ଧର୍ମଶାଳା ପରିସରରେ ମେଗା ରକ୍ତଦାନ ଶିବିର ଆୟୋଜିତ ହେବ।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ରବିବାର ଆହୁତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନବୀନ ଜୈନ ସୂଚନା ଦେଇଛନ୍ତି।ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ରେ ଥିବା ରକ୍ତ ଭଣ୍ଡାର ରେ ନିୟମିତ ରକ୍ତ ଅଭାବ ଲାଗି ରହିଛି।ରକ୍ତ ଅଭାବରୁ ଗତ ମାସରେ ସ୍ଥାନୀୟ ମାତୃ ଓ ଶିଶୁ ଡାକ୍ତରଖାନାରେ ଜଣେ ୮ ବର୍ଷର ଶିଶୁ ମୃତ୍ୟୁ ବରଣ କରିଥିବା ନେଇ ଅଭିଯୋଗ ହୋଇଥିଲା।ଏହା ତାଙ୍କୁ ଗଭୀର ମର୍ମାହତ କରିଥିବା ବେଳେ ଏହି ସମସ୍ୟା ଦୂର କରିବାରେ ସହାୟକ ହେବାକୁ ସେ ସଂକଳ୍ପ କରିଥିବା ଶ୍ରୀ ଜୈନ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ, କ୍ଲବ, ମନ୍ଦିର ଟ୍ରଷ୍ଟ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସମାଜସେବୀ ଙ୍କୁ ନେଇ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯିବ।ଏଥିପାଇଁ ସମସ୍ତ ଙ୍କ ସହଯୋଗ ରହିଥିବା ଓ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ନେଇ ଶ୍ରୀ ଜୈନ ପ୍ରକାଶ କରିଛନ୍ତି।ଆହୁତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଅଙ୍କୁର ଅଗ୍ରୱାଲ, ଅଶୋକ ଭୋଇ, ରଞ୍ଜିତ ଆଡ଼ଜୁଆଡ଼, ପ୍ରଦୀପ ବେହେରା,ପବିତ୍ର ସାହୁ,ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ଅଶ୍ଵିନୀ ସାହୁ ପ୍ରମୁଖ ଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles