ଟିଟିଲାଗଡ ବ୍ଲକ ବାଞ୍ଜିପଦର ପଞ୍ଚାୟତରେ ମନରେଗା ଘୋଟାଲା ଅଭିଯୋଗ

ଟିଟିଲାଗଡ,୧/୩(ଜେଏନ୍ଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବାଞ୍ଜିପଦର ପଞ୍ଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ୨୦୨୪/୨୫ ଆର୍ଥିକ ବର୍ଷ ରେ  ବଞ୍ଜିପଦର୍ ପଞ୍ଚାୟତ ର ସିନାପାଲି ଗ୍ରାମର ତଲମୁଣ୍ଡା ଟ୍ୟାଙ୍କ, କର୍ଲାପଡ଼ା ନୁଆମୁଣ୍ଡା ଟ୍ୟାଙ୍କ ଦ୍ଵିତୀୟ ପର୍ଯ୍ୟାୟ ଉନ୍ନୟନ କାର୍ଯ୍ୟ ଓ ଶିଶାକାନି ଗ୍ରାମର ବିଶାଲବାହାଲି ମୁଣ୍ଡା ର ଉନ୍ନୟନ କାର୍ଯ୍ୟରେ ଘୋଟାଲା ହୋଇଛି। ମନରେଗା ପୋର୍ଟାଲ ରେ କିଛି ପ୍ରକଳ୍ପ କୁ ସମ୍ପୂର୍ଣ୍ଣ ଦର୍ଶାଯାଇ ଥିବାବେଳେ ବାସ୍ରବ ଚିତ୍ର ଭିନ୍ନ ରହିଛି।ଏହି ପ୍ରକଳ୍ପ ଗୁଡ଼ିକ ପାଇଁ ନିର୍ଦ୍ଧାରିତ ବ୍ୟୟ ଅଟକଳ ରାଶି ଓ ପ୍ରକୃତ କାର୍ଯ୍ୟରେ ବହୁ ଅସମତା ରହିଛି।ଏପରିକି ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ଓ ରାଜ୍ୟ ବାହାରେ କାମ କରୁଥିବା ବ୍ୟକ୍ତି ଙ୍କୁ ମନରେଗା ଶ୍ରମିକ ଭାବରେ ଦର୍ଶାଯାଇ ତାଙ୍କ ନାମରେ ଟଙ୍କା ଉଠାଯାଇଛି।ଅନିୟମିତତା ଘଟିଥିବା ପ୍ରକଳ୍ପ ଗୁଡ଼ିକ ର ଉଚ୍ଚସ୍ତରୀୟ ତଦନ୍ତ ସହ ସଂପୃକ୍ତ ଅଧିକାରୀ ଓ ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଟିଟିଲାଗଡ ବିଡ଼ିଓ,ଉପଜିଲ୍ଲାପାଳ,ପ୍ରକଳ୍ପ ନିର୍ଦ୍ଦେଶକ, ବଲାଙ୍ଗୀର ଜିଲ୍ଲାପାଳ ଓ ସିଏମ୍ଓ ଠାରେ ଲିଖିତ ଅଭିଯୋଗ କରିଛନ୍ତି।ଅଭିଯୋଗ କୁ ନେଇ ଟିଟିଲାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ଙ୍କୁ ଯୋଗାଯୋଗ କରାଯାଇଥିବା ବେକେ ସେ ଫୋନ୍ ଉଥାଇତ୍ନ ଥିଲେ।ତେବେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ଲୋପାମୁଦ୍ରା ବିଶ୍ଵାଳ ପ୍ରକଳ୍ପ ଗୁଡ଼ିକ ର କାର୍ଯ୍ୟ ହୋଇଥିବା ଏବଂ ଅଭିଯୋଗ ର ତଦନ୍ତ ହେବ ବୋଲି ମତ ରଖିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles