ମିଲେଟ ଜୀବିକା ଉଦ୍ୟୋଗ ପ୍ରଶିକ୍ଷଣ ଶିବିର ଉଦଯାପିତ

0
72

ଟିଟିଲାଗଡ଼,୨୩/୦୮(ଜେଏନ୍ଏସ୍): ଟିଟିଲାଗଡ଼ ଦେସିଲ ସ୍ଥିତ ଆଶା ଅନୁଷ୍ଠାନ କାର୍ଯ୍ୟାଳୟ ପରିସରରେ ସପ୍ତାହ ବ୍ୟାପି ଚାଲିଥିବା ମିଲେଟ ଭିତ୍ତିକ ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ନାବାର୍ଡ ଜିଲ୍ଲା ବିକାଶ ଅଧିକାରୀ ବିବେକ କୁମାର ନାୟକ ମୁଖ୍ୟ ଅତିଥି, କୃଷି ଜିଲ୍ଲା ଅଧିକାରୀ ଲାଲବିହାରୀ ମଲ୍ଲିକ, ଷ୍ଟେଷ୍ଟ ବ୍ୟାଙ୍କ ଶାଖା ପ୍ରବନ୍ଧକ ହରେକୃଷ୍ଣ ବିଶି, ଖାଦ୍ୟ ନିରାପତ୍ତା ଅଧିକାରୀ ସୌମେନ୍ଦ୍ର ପ୍ରଧାନ, ଆଶା ଅନୁଷ୍ଠାନ ସଂଯୋଜକ ସଞ୍ଜୀବ କୁମାର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ତାଲିମ ପ୍ରାପ୍ତ ସ୍ଵୟଂ ସହାୟକ ଦଳର ସଦସ୍ୟଙ୍କୁ ଅତିଥିଙ୍କ ଦ୍ଵାରା ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଅଞ୍ଚଳର ସ୍ଵୟଂ ସହାୟକ ଦଳମାନଙ୍କର ଉତ୍ପାଦିତ ଦ୍ରବ୍ୟ କିପରି ଉଚିତ ମୂଲ୍ୟରେ ବିକ୍ରି ହୋଇପାରିବ ସେଥିପାଇଁ ଖାଦ୍ୟ ନିରାପତ୍ତା ପ୍ରମାଣ ପତ୍ର ଯୋଗାଇ ଦେବାକୁ ନିରାପତ୍ତା ଅଧିକାରୀ ପ୍ରତିଶୃତି ଦେଇଥିଲେ। ମିଲେଟ ଜାତୀୟ ଦ୍ରବ୍ୟରେ ପ୍ରଚୁର ପରିମାଣରେ ଔଷଧୀୟ ଗୁଣବତ୍ତା ଥିବାରୁ ଏହା ଖାଦ୍ୟରେ ପୋଷଣ ତତ୍ତ୍ଵ ଯୋଗାଇବାରେ ସହାୟକ ହେଉଥିବା କୃଷି ଅଧିକାରୀ କହିଥିଲେ । ଆଶା ଅନୁଷ୍ଠାନର ସଂଯୋଜକ ସ୍ଵୟଂସହାୟକ ଦଳଗୁଡ଼ିକ ପାଇଁ ଆର୍ଥିକ ସୁବିଧା ଉପଲବ୍ଧ କରାଇବାକୁ ବିଭାଗୀୟ ଅଧିକାରୀ ଓ ବ୍ୟାଙ୍କ ଅଧିକାରୀଙ୍କୁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଶା ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ୍ତ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ଶିବିର ପରିଚାଳନାରେ ମଧୁମିତା ପଟ୍ଟନାୟକ, ପରମେଶ୍ଵର ରଣା, ପୀତାମ୍ବର କୁମ୍ଭାର, ବିନୟ ମହାପାତ୍ର, ମାନସ ପଟ୍ଟନାୟକ, ଲକ୍ଷ୍ମୀରାଜ ସାହୁ, ମିଲି ପଟ୍ଟନାୟକ, ଗୁପ୍ତେଶ୍ଵର ମାଝି , ସୁବ୍ରତ ବାଗ, ପ୍ରକାଶ ଉପାଧ୍ୟାୟ ପ୍ରମୁଖ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here