ପୁଲିସ ପକ୍ଷରୁ ନିଖୋଜ ଲୋକୋ ପାଇଲଟଙ୍କ ମୋବାଇଲ ଓ ବ୍ୟାଙ୍କ ଆକାଉଣ୍ଟ ଟ୍ରାକିଂ କରାଯିବା ପରେ ସେ ହରିଦ୍ଵାର ଠାରେ ଏକ ଏଟିଏମରୁ ଟଙ୍କା କାଢିଥିବା ଜଣାପଡିଥିଲା । ଜିଆରପି ଥାନା ଅଧିକାରୀ ବିନୟ ଭୋଇ ଏକ ଟିମ୍ ସହ ରଙ୍ଗ ବାହାଦୁରଙ୍କୁ ଉଦ୍ଧାର କରିବାକୁ ହରିଦ୍ଵାର ପହଞ୍ଚିବା ପରେ ସେ ହରିଦ୍ଵାର ଶାନ୍ତିକୁଞ୍ଜ ଆଶ୍ରମରୁ ଦିଲ୍ଲୀ ଚାଲି ଯାଇଥିବା ଜଣା ପଡ଼ିଥିଲା । ପୁଲିସ ଦିଲ୍ଲୀ ପହଞ୍ଚିବା ପୂର୍ବରୁ ସେ ଦିଲ୍ଲୀରୁ ସମତା ଟ୍ରେନ ଯୋଗେ ଟିଟିଲାଗଡ଼ ଅଭିମୁଖେ ବାହାରିଥିବା ଜଣା ପଡ଼ିଥିଲା । ଆଜି ଟିଟିଲାଗଡ଼ରେ ପହଞ୍ଚିବା ପରେ ସେ ପୁଲିସ ନିକଟରେ ନିଜେ ପହଞ୍ଚିଥିଲେ । ତେବେ ପରିବାର ଲୋକଙ୍କ ଅପହରଣ ଅଭିଯୋଗକୁ ଖଣ୍ଡନ କରିବା ସହ ସେ ମାନସିକ ଚାପରେ ଥିବା ଏବଂ ଶାନ୍ତି ପାଇବା ପାଇଁ ସେ ଚାଲିଯାଇଥିବା କହିଥିଲେ । ତେବେ ଯାତ୍ରୀଙ୍କ ସୁରକ୍ଷାକୁ ଅଣଦେଖା କରି ଏତେ ଚାପଗ୍ରସ୍ଥରେଥିବା ଟ୍ରେନ ଚାଳକଙ୍କୁ କିଭଳି ଟ୍ରେନ ଚଳାଇବାକୁ ଉପରିସ୍ଥ ଅଧିକାରୀ ଅନୁମତି ଦେଉଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।Important: Unauthorized Copying Prohibited
This website and its content are protected by copyright law. Any unauthorized copying, reproduction, or distribution of the materials contained herein is strictly prohibited and may result in legal action.
For permissions or inquiries, please contact us directly.