ପୌର ପରିଷଦର ସମୀକ୍ଷା ବୈଠକ ଯୋଗଦେଲେ ଟିଟିଲାଗଡ଼ର ନୂତନ ବିଧାୟକ

0
97

ଟିଟିଲାଗଡ଼, ୨୮/୬ (ଜେଏନଏସ), ସ୍ଥାନୀୟ ପୌର ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନବନିର୍ବାଚିତ ବିଧାୟକ ଏହି ବୈଠକରେ ଯୋଗଦେଇଥିବା ବେଳେ ପୌର କର୍ମଚାରୀ ଓ କାଉନସିଲରଙ୍କ ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୌରାଧ୍ୟକ୍ଷା ମମତା ଦେବୀ ଜୈନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ, ନିର୍ବାହୀ ଅଧିକାରୀ ଜୟସେନ ଧରୁଆ ତଥା ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ଥିଲେ । ସହରରେ ଡ୍ରେନେଜ ବ୍ୟବସ୍ଥା, ବଜାର ବ୍ୟବସ୍ଥା, ଲାଇଟ, ମିଶନ ଶକ୍ତି ହାଟ, ମିଶନ ଶକ୍ତି କାଫେ, ସୁଇମିଙ୍ଗ ପୁଲ, ନିରାଶ୍ରୟ ଆଶ୍ରୟ ସ୍ଥଳ ଆଦି ଭୁତକୋଠି ପାଲଟିଥିବା ନେଇ ବୈଠକରେ ଚର୍ଚ୍ଚା ହୋଇଥିଲା । ଠିକାରେ କର୍ମଚାରୀ ନିଯୁକ୍ତ କରି ବର୍ଷବର୍ଷ ଧରି କର୍ମଚାରୀଙ୍କ ଇପିଏଫ୍ ଜମା କରୁନଥିବା ଠିକା ସଂସ୍ଥା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ନୂତନ ଟେଣ୍ଡର ଆହ୍ୱାନ ପାଇଁ ଆଲୋଚନା ହୋଇଥିଲା । ସହରରେ ବିଭିନ୍ନ ଖାଲିଥିବା ପ୍ରମୁଖ ସ୍ଥାନରେ ନୂତନ ଷ୍ଟଲ୍ ତିଆରି କରିବା ପାଇଁ କାଉନସିଲରମାନେ ପ୍ରସ୍ତାବ ଦେଇଥିଲେ ।ସମସ୍ତଙ୍କ ମିଳିତ ସହଯୋଗରେ ସହରର ବିକାଶକୁ ପ୍ରାଥମିକତା ଦେଇ କାର୍ଯ୍ୟ କରାଯିବ ବୋଲି ବିଧାୟକ ନବୀନ ଜୈନ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here