ଟିଟିଲାଗଡ଼ ଘଣ୍ଟାଶୁଣି ସ୍କୁଲରେ ସି ସି ଟିଭି ବ୍ୟବସ୍ଥା ଉଦଘାଟନ କଲେ ବିଧାୟକ

0
73

ଟିଟିଲାଗଡ଼,୦୯/୦୮(ଜେଏନ୍ଏସ୍) : ସ୍ଥାନୀୟ ଘଣ୍ଟାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସି ସି ଟିଭି ବ୍ୟବସ୍ଥାର ଆରମ୍ଭ ହୋଇଛି । ସ୍କୁଲ ପରିଚାଳନା କମିଟିର ନିଜସ୍ଵ ପାଣ୍ଠିରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ଶୁକ୍ରବାର ସ୍ଥାନୀୟ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ, ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର, ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ସ୍କୁଲ ପରିଚାଳନା କମିଟି ସଭାପତି ସୁବୋଧ ଦାସ, କାଉନସିଲର ସୁନିଲ ଆଚାର୍ଯ୍ୟ, ସୁନୀତା ନାଗ, ପ୍ରାକ୍ତନ ଶିକ୍ଷକ ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଦୀର୍ଘବର୍ଷ ଧରି ଅବହେଳିତ ଥିବା ସହରର ଏହି ପୁରାତନ ବିଦ୍ୟାଳୟକୁ ସ୍ଵତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକୀୟ ଅନୁଦାନ ଯୋଗାଇଦେବାକୁ ମୁଖ୍ୟ ଅତିଥି ଶ୍ରୀ ଜୈନ ପ୍ରକାଶ କରିଥିଲେ । ସ୍କୁଲ ପରିଚାଳନା କମିଟିର ନିଜସ୍ଵ ପାଣ୍ଠିରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିବାରୁ ଅତିଥିବୃନ୍ଦ ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଏହା ଏକ ଉଦାହରଣ ସୃଷ୍ଟି ହୋଇଥିବା କହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ମହାନ୍ତିଙ୍କ ସହ ଅନ୍ୟ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହାୟକ ହୋଇଥିଲେ ।କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here