ବିଧାୟକ ନବୀନ ଜୈନ ଅସୁସ୍ଥ

0
44

ଟିଟିଲାଗଡ଼,୦୧/୦୬/୨୦୨୫(ଜେ.ଏନ୍.ଏସ୍.),ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଅସୁସ୍ଥ ହୋଇ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଶୁକ୍ରବାର କଳାହାଣ୍ଡି ଜିଲ୍ଲା ଠାରେ ଆୟୋଜିତ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର କାର୍ଯ୍ୟକ୍ରମରେ ଶ୍ରୀ ଜୈନ ତାଙ୍କ ଧର୍ମପତ୍ନୀ ତଥା ଟିଟିଲାଗଡ଼ ପୌରଧ୍ୟକ୍ଷା ମମତା ଦେବୀ ଜୈନଙ୍କ ସହ ଯୋଗଦେଇ ଫେରିବା ପରେ ଫୁଡ୍ ପୋଇଜନ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ସଦସ୍ୟ ତାଙ୍କୁ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ବର୍ତ୍ତମାନ ସେ ସମ୍ପୂର୍ଣ ସୁସ୍ଥ ଥିବା ପରିବାର ସଦସ୍ୟ ସୂଚନା ଦେଇଛନ୍ତି ।  

LEAVE A REPLY

Please enter your comment!
Please enter your name here