ବିଜେପୁର ଧାନମଣ୍ଡି କୁ ବିଧାୟକ ଙ୍କ ପରିଦର୍ଶନ

ଟିଟିଲାଗଡ଼,୨୯/୧୨(ଜେଏନଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ଧାନ ମଣ୍ଡି ରେ ଅବ୍ୟବସ୍ଥା ତଥା କଟନି ଛଟନି ଆଳ ରେ ଚାଷୀ ଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ପାଇ ବିଧାୟକ ନବୀନ ଜୈନ ମଣ୍ଡି ପରିଦର୍ଶନ ରେ ଯାଇ ସ୍ଥିତି ପରଖିଥିବା ଦେଖିବାକୁ ମିଳିଛି।ବଲାଙ୍ଗୀର ଜିଲ୍ଲା ର ଏକ ପ୍ରମୁଖ ତଥା ଦ୍ଵିତୀୟ ସର୍ବବୃହତ ଏହି ଧାନମଣ୍ଡି ରେ କ୍ୱିଣ୍ଟାଲ ପ୍ରତି ୫ କିଲୋଗ୍ରାମ କଟନି ଛଟନି ପାଇଁ କୁହାଯାଉଥିବା ବେଳେ ଏହାକୁ ନେଇ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇ ବିଗତ ୩ ଦିନ ଧରି ଅଚଳାବସ୍ଥା ଲାଗି ରହିଥିଲା।ସୋମବାର ବିଧାୟକ ନବୀନ ଜୈନ ମଣ୍ଡି କୁ ଯାଇ ସମସ୍ତ ବ୍ୟବସ୍ଥା ଦେଖିବାସହ ନିଜେ ଉପସ୍ଥିତ ରହି ଚାଷୀ ଙ୍କ ଧାନର ମାନ ପରୀକ୍ଷା କରିଥିଲେ। ପରୀକ୍ଷଣରେ ଚାଷୀ ଧ୍ରୁବ ରଣାଙ୍କ ଧାନର ମାନ ସମ୍ପୂର୍ଣ୍ଣ ଏଫଏକ୍ୟୁ ବୋଲି ଚିହ୍ନଟ ହୋଇଥିବା ବେଳେ ସଂପୃକ୍ତ ଚାଷୀ ଙ୍କୁ ବିଧାୟକ ଶ୍ରୀ ଜୈନ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ରେ ସଂପୃକ୍ତ ଚାଷୀ ଙ୍କ ଧାନ କ୍ରୟ କରାଯିବା ନେଇ ମଣ୍ଡି ସମ୍ପାଦକ ବିଘ୍ନେଶ୍ୱର ଭୋଇ ପ୍ରକାଶ କରିଥିଲେ। ସମସ୍ତ ଚାଷୀଙ୍କ ଧାନ ବିନା କଟନି ରେ କ୍ରୟ କରିବାକୁ ବିଧାୟକ ଶ୍ରୀ ଜୈନ ବଲାଙ୍ଗୀର ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ବିଧାୟକ ଙ୍କ ପରିଦର୍ଶନ ସମୟରେ ବିଜେଡି ନେତା ବିକାଶ ପାଣିଗ୍ରାହୀ, ବ୍ଲକ ସରପଞ୍ଚ ସଂଘ ସାଧାରଣ ସମ୍ପାଦକ ହୃଷିକେଶ ବାଗ, ଚାଷୀ ନେତା ସୁବାଶ ମହାନନ୍ଦ, ଅଶୋକ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles