ଟିଟିଲାଗଡ ରେ ଭ୍ରାମ୍ୟମାଣ ଆଇନ ସେବା ଶିବିର

ଟିଟଲାଗଡ଼,୨୦/୧(ଜେଏନଏସ), ସ୍ଥାନୀୟ କଲ୍ୟାଣ ମଣ୍ଡପ ପରିସରରେ ସିଏଲଏପି ଆଇନ ସେବା ପ୍ରତିଷ୍ଠାନ ଓ ଜିନ୍ଦାବାଦ ସଂଗଠନ ପକ୍ଷରୁ ଏକ ଭ୍ରାମ୍ୟମାଣ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ଶିବିରରେ ବିସ୍ଥାପିତଙ୍କ ଆଇନଗତ ସମସ୍ୟାର ସମାଧାନ ପାଇଁ ପ୍ରାୟ ୨୫୦ ଜଣ ଅଭିଯୋଗକାରୀ ଶିବିରରେ ସାମିଲ ହୋଇଥିଲେ।ଜିନ୍ଦାବାଦ ସଂଗଠନ ର ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜି ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସିଲ୍ ଏ ପି ପ୍ରତିଷ୍ଠାନ ର ନିର୍ଦେଶକ ସନ୍ତୋଷ ପ୍ରଧାନ ମୁଖ୍ୟଅତିଥି,ଆଇନ ପରାମର୍ଶଦାତା ଚନ୍ଦ୍ରଦେବ ପୁରୋହିତ ମୁଖ୍ୟବକ୍ତା,ସାମାଜିକ କର୍ମୀ ବାଳକୃଷ୍ଣ ସାଣ୍ଡ,ନାରୀନେତ୍ରୀ ମୁନଗା ବଗର୍ତ୍ତି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଦୀପ ବାଗ ସଭାର ସଭାପତିତ୍ବ କରିଥିଲେ। ଟିଟଲାଗଡ଼ କଙ୍କଡାଜୋର ଜଳସେଚନ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ବିସ୍ଥାପିତ ଙ୍କ କ୍ଷତିପୂରଣ ବୃଦ୍ଧି ଏବଂ ଅନ୍ୟାନ୍ୟ ପୁନର୍ବାସ-ସମ୍ବନ୍ଧୀୟ ଅଧିକାର ସମ୍ଵନ୍ଧରେ ଅତିଥିବୃନ୍ଦ ସଚେତନ କରିଥିଲେ।ବିସ୍ଥାପିତ ଙ୍କୁ ଆବଶ୍ୟକୀୟ ଉପଯୁକ୍ତ ଆଇନଗତ ପ୍ରତିକାର, ପ୍ରକ୍ରିୟା ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ସଠିକ୍ ଉପସ୍ଥାପନା ପାଇଁ ଅବଗତ କରାଯାଇଥିଲା। ସେମାନଙ୍କର ଦାବି ପାଇଁ ଆବଶ୍ୟକୀୟ କାଗଜପତ୍ର ବିଷୟରେ ପରାମର୍ଶ ଦେଇଥିଲେ।ଆୟୋଜିତ ଶିବିରରେ ୨୫୦ ଜଣ ବିସ୍ଥାପିତ ଉପସ୍ଥିତ ଥିଲେ। ଶିବିର ପରିଚାଳନାରେ କ୍ଷୀରସିନ୍ଧୁ ମାଝୀ,ଗୋଲାପ ନିଆଲ, ପ୍ରକାଶ ବାଗ ପ୍ରମୁଖ ସହଯୋଗ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles