ଟ୍ରାଫିକ ସମସ୍ୟା ପାଇଁ ଗଣେଶ ମନ୍ଦିର ଭାଙ୍ଗିବାକୁ ପୌରପରିଷଦର ନିଷ୍ପତ୍ତି

0
40

ଟିଟିଲାଗଡ଼,୨୭/୦୪/୨୦୨୫(ଜେ.ଏନ୍.ଏସ୍.) ଟିଟିଲାଗଡ଼ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଅଣାୟତ୍ତ ହେଉଥିବା ବେଳେ ସହରର ପ୍ରମୁଖ ରାସ୍ତାଗୁଡ଼ିକ ଜବରଦଖଲ ଯୋଗୁଁ ସଙ୍କୁଚିତ ହୋଇ ଏହି ସମସ୍ୟା କୁ ଦ୍ୱିଗୁଣିତ କରିଛି । ଏହି  ପରିପ୍ରେକ୍ଷୀରେ ପୌର ପ୍ରଶାସନ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ସୁଧାରିବାକୁ ଅଣ୍ଟା ଭିଡିଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ସହରର ପୁରୁଣା ବ୍ୟାଙ୍କଛକ ସ୍ଥିତ ଗଣେଶ ମନ୍ଦିରକୁ ଭାଙ୍ଗିବା ନେଇ ପୌରପରିଷଦର ଅଧିବେଶନରେ ପ୍ରସ୍ତାବ ନଂ ୫ ଅନୁଯାୟୀ ଏକ ପ୍ରସ୍ତାବ ଗୃହୀତ ହୋଇଛି । ସୂଚନା ଅନୁଯାୟୀ ୨୦୦୮ ମସିହାରେ ତତ୍କାଳୀନ ସାଂସଦ ସଙ୍ଗୀତା ସିଂଦେଓ ତାଙ୍କ ଉନ୍ନୟନ ପାଣ୍ଠିରୁ ଏହି ମନ୍ଦିର ପାଇଁ ୨ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ବେଳେ ତତ୍କାଳୀନ ବିଧାୟକ ମଧ୍ୟ ୩୦ ହଜାର ଟଙ୍କା ଅନୁଦାନ ମଞ୍ଜୁର କରିଥିଲେ । ତେବେ ମୁଖ୍ୟ ରାସ୍ତାକୁ ସଂଲଗ୍ନ ହୋଇ ରହିଥିବା ଏହି ମନ୍ଦିରକୁ ସହରର ଟ୍ରାଫିକ ସମସ୍ୟା ପାଇଁ ଭଙ୍ଗାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here