ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

0
110

ଟିଟିଲାଗଡ଼ ୧୮/୬(ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ମୁରିବହାଲ ଥାନା ଅନ୍ତର୍ଗତ ଗୋଇମୁଣ୍ଡ ଛକ ଜାତୀୟ ରାଜପଥ ୫୯ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ଣରେ ନୂଆପଡ଼ା ଜିଲ୍ଲା ତରବୋଡ଼ ଗ୍ରାମ ନିବାସୀ ଗୋପୀ ଦୀପ (୪୮) ଓ ଡୁମେର ଡିହି ଗ୍ରାମର ରବି ଯାଦବ ଏକ ବାଇକ ଯୋଗେ ଟିଟିଲାଗଡ଼ ଯାଉଥିବା ବେଳେ ଗୋଇମୁଣ୍ଡ ପିଚୁ ପ୍ଲାଣ୍ଟ ସମ୍ମୁଖରେ ଏକ ଅଜଣା ଗାଡ଼ି ଧକ୍କାଦେଇ ଚାଲିଯାଇଥିଲା । ଘଟଣାସ୍ଥଳରେ ହିଁ ଗୋପୀଙ୍କ ମୃତ୍ୟୁ ଘଟିଥିବାବେଳେ ରବି ଗୁରୁତର ଆହତ ହୋଇଥିଲେ । ସେହି ରାସ୍ତାଦେଇ ଆସୁଥିବା ବଙ୍ଗୋମୁଣ୍ଡାର ଯୁବ ଆଇନଜୀବୀ ସନ୍ତୋଷ ପୁରୋହିତ ଗୁରୁତର ରବିଙ୍କୁ ରାସ୍ତା କଡ଼କୁ ନେଇ ବସାଇବା ସହ ପାଣି ପିଆଇ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ସୂଚନା ପାଇ ମୁରିବାହାଲ ପୁଲିସ ପହଞ୍ଚି ଗୁରୁତର ରବିଙ୍କୁ ଚିକିତ୍ସା ପାଇଁ ଏବଂ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠାଇଥିଲେ । ଘଟଣାକୁ ନେଇ ମୁରିବାହାଲ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସିପୋରା ସରାୟ ଲୁଗୁନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here