ବଲାଙ୍ଗିରରେ ଜନଜାତୀୟ ଗୌରବ ଦିବସ ପାଳିତ

0
63

ବଲାଙ୍ଗିର,୧୬/୧୧,(ଜେଏନ୍ଏସ୍),ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆଠାରେ ଜିଲ୍ଲାସ୍ତରୀୟ ଜନ ଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟଅତିଥି, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ବିଧାୟକ କଳିକେଶ ନାରାୟଣ ସିଂ ଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସାଲୱାର, ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ ମହାପାତ୍ର, ପୌର ଅଧ୍ୟକ୍ଷା ଲିକା ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସ୍ଵାଧୀନତା ସଂଗ୍ରାମୀ ସହୀଦ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବିହାରର ଜମୁଇ ଠାରେ ଆୟୋଜିତ ଜନଜାତୀୟ ଗୌରବ ଦିବସ ପାଳନ କାର୍ଯ୍ୟକ୍ରମ ଆଭାସି ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ଜନଜାତି ବର୍ଗର ବ୍ୟକ୍ତିଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ର ସରକାର ପକ୍ଷରୁ ଜନଜାତି ଲାଭାର୍ଥୀଙ୍କ ସଶକ୍ତିକରଣ ତଥା ସମ୍ପୂର୍ଣ ବିକାଶ ପାଇଁ  “ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ” ର ଶୁଭାରମ୍ଭ ହୋଇଥିଲା । ଏହି ଯୋଜନା ମାଧ୍ୟମରେ ସାମାଜିକ ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକାରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ସମନ୍ୱୟ ଏବଂ ପ୍ରସାର ମାଧ୍ୟମରେ ଦୂର କରିବା ସହ ଜନଜାତିଙ୍କ ପାଇଁ ନିରାପଦ ବାସସ୍ଥାନ, ବିଶୁଦ୍ଧ ପାନୀୟଜଳ ଏବଂ ପରିମଳ, ଶିକ୍ଷା ଗ୍ରହଣ, ସ୍ୱାସ୍ଥ୍ୟ ଏବଂ ପୁଷ୍ଟିରେ ଉନ୍ନତି ଆଣି ରାସ୍ତା ଓ ଦୂରସଞ୍ଚାର ଯୋଗାଯୋଗ, ବିଦ୍ୟୁତୀକରଣ, ସ୍ଵଚ୍ଛ ଏବଂ ନବୀକରଣଯୋଗ୍ୟ ଶକ୍ତିର ପ୍ରୋତ୍ସାହନ ସହ ଜନଜାତିକୁ ଏକ ଦୀର୍ଘସ୍ଥାୟୀ ଜୀବିକାର ସୁଯୋଗ ଦେବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ୧୭ଟି ବିଭାଗ ଅନ୍ତର୍ଗତ ୨୫ଟି କାର୍ଯ୍ୟକ୍ରମକୁ ତ୍ଵରାନ୍ୱିତ କରାଯିବ । ଆୟୋଜିତ କାର୍ଯ୍ୟକ୍ରମରେ ପିରାମଲ ଫାଉଣ୍ଡେସନ ସହଯୋଗ କରିଥିବା ବେଳେ ୧୪ ଟି ବ୍ଲକ ଅନ୍ତର୍ଗତ ବହୁ ଜନଜାତି ହିତାଧୀକାରୀ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here