ଜାତୀୟ କୃମିନାଶକ ଦିବସ ପାଳିତ

0
78

ସଇଁତଳା,୧୦/୦୮(ଜେଏନ୍ଏସ୍) : ସଇଁତଳା ପଞ୍ଚାୟତ ବେସିସ ସ୍କୁଲ ପରିସରରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଯାଇଛି । ଆଇସିଡିଏସ୍ ବିଭାଗର ସିଡିପିଓ ଗୋଲାପୀ ନାଏକଙ୍କ ନିର୍ଦେଶ କ୍ରମେ ସୁପରଭାଇଜର ଜ୍ଞାନନ୍ଦା ମହାନନ୍ଦଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫ଟି ସେଣ୍ଟର୍ ର ସମୁଦାୟ ୮୫ ଜଣ ଛୋଟ ପୁଅ ଝିଅଙ୍କୁ  କୃମିନାଶକ ଔଷଧ ସେବନ କରାଯାଇଥିଲା । ଆୟୋଜିତ ଶିବିର ପରିଚାଳନାରେରେ ଅଙ୍ଗେନବାଡ଼ି କର୍ମୀ ମାଧବୀ ପଟ୍ଟନାୟକ, କଳ୍ପନା ବଗର୍ତ୍ତି, ପଦ୍ମା ବେହେରା, ସୁଜାତା ଝାଙ୍କର, କଳ୍ପନା ତାଣ୍ଡି, ଆଶାକର୍ମୀ ମାଳା ଗହୀର, ବନିତା ରଣା, ଜାନକୀ ମହାଲିଙ୍ଗ, ମାଳତୀ ଭୋଇ , ସମାରୀ ମନହୀରା, ସୁବର୍ଣ୍ଣ ସାହୁ ପ୍ରମୁଖ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here