ସଇଁତଳା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

0
67

ସଇଁତଳା,୧୭/୧୧,(ଜେଏନ୍ଏସ୍), ସ୍ଥାନୀୟ ବିବେକାନନ୍ଦ ପାଠାଗାର ପରିସରରେ ସଇଁତଳା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘର ମୁଖ୍ୟ ପରାମର୍ଶଦାତା ପ୍ରମୋଦ କୁମାର ସେଲମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଇଁତଳା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମୁଖ୍ୟଅତିଥି, ସଇଁତଲା ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇ, ସରପଞ୍ଚ ସଂଘ ସଭାପତି ଅଶୋକ କୁମାର ସାହୁ, ସଂଘର ଆଇନ ପରାମର୍ଶ ଦାତା ଆଇନଜୀବୀ ସୁବୋଧ କୁମାର ମିଶ୍ର ଓ ମାନଭଞ୍ଜନ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଏବଂ ସାମ୍ବାଦିକ ମନୋଜ କୁମାର ଶତପଥି ମୁଖ୍ୟବକ୍ତା ଭାବରେ ଯୋଗଦେଇ ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ । ସଂଘ ସଭାପତି ନାରାୟଣ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକମାନେ ନିର୍ଭୀକ ଭାବରେ ଜନସାଧାରଣଙ୍କ ସମସ୍ୟା ଭିତ୍ତିକ ଖବର ଉପସ୍ଥାପନା କରିବା ସହ ଦୁର୍ନୀତି, ଭ୍ରଷ୍ଟାଚାର ଓ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ । ସାମ୍ବାଦିକ ଚେତିଲେ ହିଁ ସମାଜର ପରିବର୍ତ୍ତନ ସମ୍ଭବ ବୋଲି ମୁଖ୍ୟ ଅତିଥି ଶ୍ରୀ ମାଝୀ ପ୍ରକାଶ କରିଥିଲେ ।ସାମ୍ବାଦିକତାକୁ ଏକ ବ୍ରତ ଭାବରେ ଗ୍ରହଣ କରି ନିର୍ଭୀକ ଭାବରେ ସତ୍ୟ ପରିବେଷ୍ଟିତ ଖବର ପ୍ରସାରଣ କରିବାକୁ ମୁଖ୍ୟବକ୍ତା କହିଥିଲେ । ଏହି ଅବସରରେ ସାମ୍ବାଦିକ ରମାକାନ୍ତ ରାଜପଲିଆ ଓ ରୁଦ୍ରଧର ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ସାଧାରଣ ସମ୍ପାଦକ ବିଶାଳ ଅଗ୍ରୱାଲ, ଉପସଭାପତି ପ୍ରଦୀପ ବାଗ, ସହସମ୍ପାଦକ ଭଗବାନ ରାଜପଲିଆ, ସୁଶାନ୍ତ ମେହେର, ଅଶ୍ୱିନୀ ସାହୁ, ଲକ୍ଷ୍ମୀକାନ୍ତ ସାହୁ, ରାମ ନାରାୟଣ ବାଗ, ପୃଥ୍ୱୀରାଜ ବକୁଳ, ଚନ୍ଦ୍ରଭାନୁ ପ୍ରଧାନ, ଚୌଧୁରୀ ସାହୁ, ରଞ୍ଜନ ବାଗ ଓ ରାକେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ସଂଘର କୋଷାଧ୍ୟକ୍ଷ ଅଜିତ ସାହୁ ଧନ୍ୟବାଦ ପ୍ରଦାନ ପ୍ରଦାନ କରିଥିଲେ । 

LEAVE A REPLY

Please enter your comment!
Please enter your name here