ଡିଏଭି କଲେଜ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଟିଟିଲାଗଡ,୨୮/୨(ଜେଏନଏସ),ସ୍ଥାନୀୟ ଡିଏଭି ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ସୋମନାଥ ଭବନ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ଅଶ୍ଵିନୀ କୁମାର ପ୍ରଧାନ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଟିଟିଲାଗଡ ଷ୍ଟେଷ୍ଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକ ଚନ୍ଦନ ମିଶ୍ର ମୁଖ୍ୟଅତିଥି,ସୋନପୁର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ତରୁଣ କୁମାର ମିଶ୍ର,ମହାବିଦ୍ୟାଳୟ ର ଅବସର ପ୍ରାପ୍ତ କର୍ମଚାରୀ ଯୁଧିଷ୍ଟିର ପାତ୍ର,ଗୋକୁଳ ଅଗ୍ରୱାଲ ଓ ଅଞ୍ଜନି ମଞ୍ଜରୀ ହୋତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ମିଶ୍ର ବିଜ୍ଞାନର ଆବଶ୍ୟକତା ଓ ଉପାଦେୟତା ସମ୍ଵନ୍ଧରେ ଆଲୋକପାତ କରିଥିଲେ।ଅଧ୍ୟାପିକା ଭାରତୀ ମାଝୀ ସଭା ପରିଚାଳନା କରିଥିବାବେଳେ ଡ଼ ନନ୍ଦ କୁମାର ହୋତା ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସମସ୍ତ ନିମନ୍ତ୍ରିତ ଅତିଥି ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସେହିପରି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତ୍ତି ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।ସଭା ଶେଷରେ ଶ୍ରୀମତୀ ସୁପ୍ରିୟା ନାଇଡୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles