ଜାତୀୟ ମତଦାତା ଦିବସ ପାଳିତ

0
56

ଟିଟିଲାଗଡ଼,୨୫/୦୧/୨୦୨୫,(ଜେଏନ୍ଏସ୍),ଟିଟିଲାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଖଣ୍ଡ ସ୍ତରୀୟ ୧୫ ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରେହାନ ଖତ୍ରୀ ମୁଖ୍ୟଅତିଥି ଭାବରେ ଯୋଗଦେଇ କିଛି ନୂତନ ଭୋଟରଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ହରେକୃଷ୍ଣ ମେହେର ନୂତନ ଭୋଟରଙ୍କୁ ଭୋଟଦାନର ମହତ୍ତ୍ୱ ସମ୍ଵନ୍ଧରେ ଅବଗତ କରାଇଥିଲେ । ସହକାରୀ ଜିଲ୍ଲାପାଳ ସନ୍ତୋଷ ବେହେରା, ଅତିରିକ୍ତ ତହସିଲଦାର ଶକୁନ୍ତଲା ହାଂସଦା, ପୌର ନିର୍ବାହୀ ଅଧିକାରୀ ସନ୍ଦୀପ ଚନ୍ଦ୍ରକାର ପ୍ରମୁଖ ମଞ୍ଚାସିନ ଥିବାବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ବରିଷ୍ଠ କିରାଣୀ ଦେବେନ୍ଦ୍ର ନାଏକ, ଶ୍ୟାମ ସେଠ, ଝସକେତନ ବଢିଆ, ଉତ୍ତମ ଚିନାଗୁନ, ସୁନିଲ ତାଣ୍ଡି, ଶଶି ମାଝୀ, ଶୁଭମ ରଥ, କଲାରାମ ନାଗ, ତ୍ରିଜାମୀ ନାଗ, ବୁଚୁ ସିଂ ପ୍ରମୁଖ ଉପସ୍ଥିତ ହୋଇଥିଲେ l 

LEAVE A REPLY

Please enter your comment!
Please enter your name here