ଟିଟିଲାଗଡ଼ରେ ମା ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା

0
62

ଟିଟିଲାଗଡ଼,୧୧/୧୦,(ଜେଏନ୍ଏସ୍) ପବିତ୍ର ଆଶ୍ୱିନ ମାସ ନବମୀ ତିଥିରେ ଟିଟିଲାଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ଦର୍ଶନ ପାଇଁ  ଶୁକ୍ରବାର ସକାଳୁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ସହର ବାହାରୁ ମଧ୍ୟ ବହୁ ଭକ୍ତଙ୍କ ସମାଗମ ହୋଇଥିଲା । ରୀତିନୀତି ଓ ପାରମ୍ପରିକ ପୁଜା ପରେ ଦେବୀ କାଳସି ମାଧ୍ୟମରେ ସହର ପରିକ୍ରମା କରିବା ସହ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ମା ଘଣ୍ଟାଶୁଣି ସେବା କମିଟି ଓ ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କ ପକ୍ଷରୁ ଭକ୍ତଙ୍କ ପାଇଁ ଅନ୍ନ ଭୋଗ ବ୍ୟବସ୍ଥା କରାଯାଇଥିଲା । ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଭକ୍ତଙ୍କ ପାଇଁ ପାନୀୟ ଜଳ ବଣ୍ଟନ କରାଯାଇଥିଲା । କମିଟି ପକ୍ଷରୁ ଚଳିତ ବର୍ଷ ଯାତ୍ରାରେ ଆଦିବାସୀ ନୃତ୍ୟ, ଘଣ୍ଟ ବାଜା, କୀର୍ତ୍ତନ ଦଳ, ବ୍ୟାଣ୍ଡ ପାର୍ଟି ଆଦିଙ୍କୁ ସାମିଲ କରାଯାଇ ଯାତ୍ରାକୁ ଆହୁରି ଆକର୍ଷଣୀୟ କରାଯାଇଥିଲା । ସହରର ବିଭିନ୍ନ ଦୁର୍ଗା ପୂଜା ମେଢ଼ ସହ ମାଙ୍କ ଯାତ୍ରା ସହର ପରିକ୍ରମା କରିଥିଲା । ଯାତ୍ରାରେ ଅସଂଖ୍ୟ ଭକ୍ତଙ୍କ ଭିଡ଼ ସମ୍ଭାବନାକୁ ଆଖି ଆଗରେ ରଖି ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଓ ଥାନା ଅଧିକାରୀ ବିଶ୍ୱଜିତ ମନବୋଧଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା ।  

LEAVE A REPLY

Please enter your comment!
Please enter your name here