‘ନୀଳ ଜହ୍ନର ଜ୍ୟୋତ୍ସ୍ନା’ ଏବଂ ‘ଅନୁସ୍ଵାର’ ମାସିକ ଡିଜିଟାଲ ପତ୍ରିକା ଲୋକାର୍ପିତ

0
58

ଭୁବନେଶ୍ଵର ୨୪.୦୪.୨୦୨୫(ଜେ.ଏନ୍.ଏସ୍.), ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ନ୍ୟୁଟ୍ରା କ୍ରିଏସନ୍ସ ଦ୍ୱାରା ପ୍ରକାଶିତ ମାସିକ ଡିଜିଟାଲ ପତ୍ରିକା ‘ଅନୁସ୍ୱାର’ ଏବଂ କବୀ ଅପରାଜିତାଙ୍କ ପ୍ରଥମ କବିତା ସଂକଳନ ‘ନୀଳଜହ୍ନର ଜ୍ୟୋତ୍ସ୍ନା’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କବି ତଥା ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗର ପୂର୍ବତନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମୀନକେତନ ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ସ୍ୱଭାବ-କବି ଗଙ୍ଗାଧର ମେହେରଙ୍କ ପ୍ରପୌତ୍ର ପ୍ରଫେସର ମଣୀନ୍ଦ୍ର କୁମାର ମେହେର, ସମୀକ୍ଷକ ଭାବରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ କବି ଡକ୍ଟର ଅଶୋକ ମହାନ୍ତି, ସମ୍ମାନିତ ଅତିଥି ଭାବରେ ଆକାଶବାଣୀର ପ୍ରଖ୍ୟାତ ଗୀତିକାର ଶ୍ରୀଯୁକ୍ତ ବସନ୍ତ ଦାସ, ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ, କଥାକାର ତଥା କବୀ ଛନ୍ଦା ମିଶ୍ର, ୱାର୍ଲ୍ଡ ବୁକ ଅଫ୍ ରେକର୍ଡ ବିଜେତା କବୀ ତଥା ସମାଜସେବୀ ଡକ୍ଟର ପ୍ରାତିମାରଣୀ ମିଶ୍ର ଷଡଙ୍ଗୀ, ଟ୍ରେଜେରୀ ନିର୍ଦ୍ଦେଶାଳୟ, ଭୁବନେଶ୍ଵରର ଯୁଗ୍ମ ନିର୍ଦ୍ଦେଶକ ତଥା ବିଶିଷ୍ଟ କବି ଶ୍ରୀଯୁକ୍ତ ସଚି ବେହେରା, ନ୍ୟୁଟ୍ରା କ୍ରିଏସନ୍ସ, ଭୁବନେଶ୍ଵରର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ ଶତପଥୀ ପ୍ରମୁଖ ଯୋଗଦେଇଥିଲେ ।

କବୀ ଅପରାଜିତା ନିଜର ଲେଖକୀୟ ଅଭିଭାଷଣ ପ୍ରଦାନ କରିଥିଲେ ଓ ଶ୍ରୀଯୁକ୍ତ ସରୋଜ ଶତପଥୀ ନିଜର ପ୍ରକାଶକୀୟ ଅଭିଭାଷଣରେ ପୁସ୍ତକ ପ୍ରକାଶନ ଏବଂ ଏହାର ବିପଣନ ବିଷୟରେ ବିଶଦ୍ ବର୍ଣ୍ଣନା କରିବା ସହ “ଆନୁସ୍ୱାର” ପତ୍ରିକାର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ବିଷୟରେ ବକ୍ତ୍ୟବ ପ୍ରଦାନ କରିଥିଲେ । ଓଡ଼ିଆ ସାହିତ୍ୟରେ କବୀ ଅପରାଜିତାଙ୍କ ଏହି ପୁସ୍ତକଟି ଆଗାମୀ ଦିନରେ ଉଭୟ ଗୀତି ଓ ଛନ୍ଦ କବିତାର ଧାରାକୁ ଆଗେଇନେବାରେ ସହାୟକ ହେବ ବୋଲି ଅତିଥିମାନେ ମତ ଦେଇଥିଲେ ଓ କବୀଙ୍କ କବିତା ଗୁଡିକରେ ସୁନ୍ଦର ଶବ୍ଦ ସଂଯୋଜନାର ଭୁୟସୀ ପ୍ରଶଂସା କରିଥିଲେ । କଣ୍ଠଶିଳ୍ପୀ ଶ୍ରୀମତୀ ଛନ୍ଦା ମିଶ୍ରଙ୍କ କଣ୍ଠରେ କବୀ ଅପରାଜିତାଙ୍କ ଏକ କବିତାର ଗୀତ ରୂପାୟନ ଅତ୍ୟନ୍ତ ମନୋମୁଗ୍ଧକର ହୋଇଥିଲା । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଶ୍ରୀଯୁକ୍ତ ବିନୋଦ କୁମାର ନାୟକ, ମଞ୍ଚ ପରିଚାଳନା କରିଥିଲେ କବି ଶ୍ରୀଯୁକ୍ତ ଆଶୁତୋଷ ଦାଶ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରେଜେରୀ ନିର୍ଦ୍ଦେଶାଳୟର ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସାହୁ । ଉକ୍ତ ଲୋକର୍ପଣ ଉତ୍ସବରେ ମୁଖ୍ୟଅତିଥିଙ୍କ ହାସ୍ୟରସାତ୍ମକ ଅଭିଭାଷଣ, ସମୀକ୍ଷକଙ୍କ ପୁସ୍ତକ ସମୀକ୍ଷା, ବରେଣ୍ୟ ଅତିଥିବୃନ୍ଦଙ୍କ ଅଭିଭାଷଣ ସହ କଣ୍ଠଶିଳ୍ପୀ ଶ୍ରୀମତୀ ଛନ୍ଦା ମିଶ୍ରଙ୍କ ସ୍ୱର ସଂଯୋଜନା ତଥା ତାଙ୍କ କଣ୍ଠରେ ପରିବେଷିତ କବୀ ଅପରାଜିତାଙ୍କ ଗୀତିକବିତା ଉପସ୍ଥିତ ଶତାଧିକ ସାହିତ୍ୟପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । 

 

 

LEAVE A REPLY

Please enter your comment!
Please enter your name here