ନିଟ୍ ପରୀକ୍ଷାରେ ପଥରଚେପା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା

0
109

ବଲାଙ୍ଗିର(ଜେଏନ୍ଏସ୍), ବଲାଙ୍ଗିର ପଥରଚେପା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏବର୍ଷର ନିଟ୍ (NEET) ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶାରାଣୀ ସା ୬୭୨, ପ୍ରିତିମୟୀ ସାହୁ ୬୬୨, ବସନ୍ତି ମେହେର ୬୪୭, ରାହୁଲ କୁମାର ସାହୁ ୬୧୫, ଅନୁକୂଳ ଓମ ଜଗନ୍କଳ୍ପ  ଯୋଶୀ ୬୧୪, ପ୍ରିତି ପରିଣିତା ପଟେଲ ୬୧୨, ଜଲି କୁମ୍ଭାର ୫୮୮, ଆରେଶ୍ମା ସାହୁ ୫୫୪, ମିଲି ମେହେର ୫୫୩, ତପସ୍ୱିନୀ ବାଗ ୫୫୨, ଶୁଭଙ୍କର ନନ୍ଦ ୫୨୮, ଜ୍ୟୋତିର୍ମୟୀ ନେଗି ୫୨୭, ସୌମ୍ୟ ରଞ୍ଜନ ଭୋଇ ୫୨୩, ଆୟେଶା ନନ୍ଦ ୫୧୧, ଆଲୋକ ଖମାରୀ ୫୧୧ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଦୃଢ଼ ସଂକଳ୍ପ ଓ କଠୋର ପରିଶ୍ରମ ତଥା ଶିକ୍ଷକଙ୍କ ପ୍ରେରଣା ଯୋଗୁଁ ଏହା ସମ୍ଭବପର ହୋଇଥିବା ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର କହିଛନ୍ତି ।

LEAVE A REPLY

Please enter your comment!
Please enter your name here