ପ୍ରବୋଧନ ତାଲିମ କାର୍ଯ୍ୟକ୍ରମ କୁ ଉପେକ୍ଷା, ବିନା ଛୁଟି ରେ ଅଧିକାରୀ ଙ୍କ ସାମୁହିକ ଦାରିଙ୍ଗବାଡି ପିକନିକ ଯାତ୍ରା କୁ ନେଇ ଚର୍ଚ୍ଚା

ଟିଟିଲାଗଡ଼,୧୭/୨(ଜେଏନଏସ), ରାଜ୍ୟ ସରକାର ଙ୍କ ଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ପାଠ୍ୟକ୍ରମ ରୂପରେଖ ତଥା ନୂତନ ପାଠ୍ୟ ପୁସ୍ତକ ସଞ୍ଚାଳନ ନିମନ୍ତେ ପଞ୍ଚ ଦିବସୀୟ ବ୍ଲକ ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପ୍ରବୋଧନ ତାଲିମ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇଛି।ବିଭାଗୀୟ ସଂପୃକ୍ତ ଅଧିକାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ନୂତନ ପାଠ୍ୟକ୍ରମ ରୂପରେଖ ଉପରେ ତାଲିମ ପ୍ରଦାନ କରିବା କୁ ବିଭାଗୀୟ ନିର୍ଦ୍ଦେଶ ରହିଛି।ତେବେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରେ ଏହି କାର୍ଯ୍ୟକ୍ରମ କୁ ଖୋଦ୍ ବିଭାଗୀୟ ଅଧିକାରୀ ମାନେ ସାମୁହିକ ଭାବରେ ଉପେକ୍ଷା କରିଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ ବଙ୍ଗୋମୁଣ୍ଡା ଚମାର ମେହେର ହାଇସ୍କୁଲ ରେ ଏହି ତାଲିମ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଶନିବାର ବିଇଓ ବୈକୁଣ୍ଠ ନାଥ ଶବର ତାଙ୍କ ଅଧିନସ୍ତ ୮ ଜଣ ସିଆରସିସି ଓ କିଛି କିରାଣି ବିନାଛୁଟି ରେ ଦାରିଙ୍ଗବାଡ଼ି ଭ୍ରମଣ ରେ ଯାଇଥିଲେ।ଏହାକୁ ନେଇ ତାଲିମ ନେବା କୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି।ଅଧିକାରୀ ମାନେ ତାଲିମ କେନ୍ଦ୍ରରେ ରହି ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉତ୍ସାହିତ କରିବା ବଦଳରେ ସରକାରୀ କାର୍ଯ୍ୟକ୍ରମ କୁ ଉପେକ୍ଷା କରି କାର୍ଯ୍ୟ ଦିବସରେ ସାମୁହିକ ଭାବେ ପିକନିକ୍ ଯିବା ଘଟଣା ଶିକ୍ଷାବିତ ମହଲରେ ଆନ୍ଦୋଳିତ କରିଛି।ଘଟଣା କୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶବର ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଏହି ତାଲିମ କାର୍ଯ୍ୟକ୍ରମ ରେ ତାଙ୍କ ଓ ସଂପୃକ୍ତ ସିଆରସିସି ମାନଙ୍କ କୌଣସି ଭୂମିକା ନାହିଁ ଏବଂ ଉକ୍ତ ଦିନ ସମସ୍ତେ ଛୁଟି ରେ ଥିଲେ ବୋଲି କହିଛନ୍ତି।ତେବେ ବିବାଦୀୟ ମନ୍ତବ୍ୟ କୁ ନେଇ ବିଭାଗୀୟ ସ୍ବଚ୍ଛତା ଓ ଦାୟିତ୍ବହୀନତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଘଟଣାରେ ସଂପୃକ୍ତ ଅସୁର୍ଲା ସିଆରସିସି ହର ମାଝୀ ଉକ୍ତ ଦିନ ତାଙ୍କ ସମେତ କେହି ଛୁଟି ନେଇ ନ ଥିବା ଜଣାଇଛନ୍ତି।ଅପରପକ୍ଷରେ ଘଟଣା ସମ୍ପର୍କରେ ଟିଟିଲାଗଡ ରେ ରହୁଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଙ୍କୁ ବାରମ୍ବାର ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ନ ଉଠାଇବା ଘଟଣା କୁ ଘଣ୍ଟା ଘୋଡାଇବା ସଦୃଶ ହୋଇଛି।ଘଟଣା କୁ ନେଇ ଶିକ୍ଷାବିତ୍ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles