ନୂତନ ଅପରାଧିକ ଆଇନ ସଚେତନତା ଶିବିର

0
59

ଟିଟିଲାଗଡ଼,୦୧/୦୭ (ଜେଏନ୍ଏସ୍), ସୋମବାର ଠାରୁ ସରାଦେଶରେ ବ୍ରିଟିଶ ଅମଳର ପୁରୁଣା ଆଇନର ବିଲୋପ ହେବା ସହ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ହୋଇଛି । ତିନି ନୂଆ ଆଇନ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଥାନା ପରିସରରେ ଥାନା ଅଧିକାରୀ ଅବନୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଆୟୋଜିତ ହୋଇଛି ।

ଆୟୋଜିତ ବୈଠକରେ ଏସଡିପିଓ ଅଙ୍କିତା କୁମ୍ଭାର, ଡିଏଭି କଲେଜ ପୂର୍ବତନ ଅଧ୍ୟକ୍ଷ ଶିବପ୍ରସାଦ ବେହେରା, ସମାଜସେବୀ ଜୟପ୍ରକାଶ ଅଗ୍ରୱାଲ, ଈଶ୍ୱର ଜୈନ ପ୍ରମୁଖ ଯୋଗଦେଇ ଆଇନ ସମ୍ବନ୍ଧୀୟ ସଚେତନ କରିଥିଲେ।କାର୍ଯ୍ୟକ୍ରମରେ ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here