ଟିଟିଲାଗଡ଼ରେ ନୂତନ ପୌର ନିର୍ବାହୀ ଅଧିକାରୀଙ୍କ ଯୋଗଦାନ

0
62

ଟିଟିଲାଗଡ଼,୦୪/୦୨/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ପୌରପରିଷଦର ନୂତନ ପୌରନିର୍ବାହୀ ଅଧିକାରୀ ଭାବରେ ମଙ୍ଗଳବାର ଚନ୍ଦନ କୁମାର ଶତପଥୀ କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀ ଶତପଥୀ ପୂର୍ବରୁ ନୂଆପଡ଼ା ଏନ୍.ଏ.ସି.ରେ ନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ପୌର ନିର୍ବାହୀ ଅଧିକାରୀ ଭାବରେ ପୂର୍ବ ଅଧିକାରୀ ସନ୍ଦୀପ ଚନ୍ଦ୍ରକାରଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ପୌରାଧ୍ୟକ୍ଷା ଶ୍ରୀମତୀ ମମତା ଜୈନଙ୍କ ସହ ସମସ୍ତ ପୌରକର୍ମଚାରୀ ତାଙ୍କୁ ସ୍ଵାଗତ କରିଥିବା ବେଳେ ଟିଟିଲାଗଡ଼ ସହରର ବିକାଶକୁ ପ୍ରାଥମିକତା ଦେଇ କାର୍ଯ୍ୟ ତୁଲାଇବାକୁ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି । 

LEAVE A REPLY

Please enter your comment!
Please enter your name here