ସ୍କୁଲ ରାସ୍ତା ପାଇଁ ଜାତୀୟ ରାଜପଥ ଅବରୋଧ

ଟିଟିଲାଗଡ଼,୧୦/୧(ଜେଏନ୍ଏସ),ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ବାନ୍ଧୁପଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ରାସ୍ତା ଜବର ଦଖଲ ଘଟଣା କୁ ନେଇ ଶନିବାର ସକାଳୁ ଗ୍ରାମବାସୀ ଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି।ଜାତୀୟ ରାଜପଥ ୫୯ ଅବରୋଧ ଦ୍ଵାରା ଦୀର୍ଘ ସମୟ ଧରି ରାସ୍ତାର ଉଭୟ କଡରେ ଶତାଧିକ ଯାନବାହାନ ଅଟକି ରହିଥିଲା।ଅଭିଯୋଗ ଅନୁଯାୟୀ ସ୍କୁଲ ସମ୍ମୁଖ ଜାଗା କୁ ଗ୍ରାମର ଜଣେ ବ୍ୟକ୍ତି ନିଜର ଦର୍ଶାଇ ଘର ନିର୍ମାଣ କରୁଛନ୍ତି।ସଂପୃକ୍ତ ଘଟଣା କୁ ନେଇ ବାନ୍ଧୁପଲା ଗ୍ରାମ ପଞ୍ଚାୟତରେ ଏକ ବୈଠକ ବସିବା ସହ ପଞ୍ଚାୟତ ପକ୍ଷରୁ ପ୍ରଶାସନକୁ ଅବଗତ କରାଯାଇଥିଲା।ତେବେ ସମ୍ପୃକ୍ତ ଘଟଣା କୁ ନେଇ ଗ୍ରାମବାସୀ ବ୍ଲକ ଶିକ୍ଷା ଅଧିକାରୀ, ବିଡ଼ିଓ ଓ ଉପଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବାରୁ ଆଜି ରାସ୍ତାରୋକ କରାଯାଇଥିବା ଜଣାପଡିଛି। ରାସ୍ତାରୋକ ଖବରପାଇ ଟିଟିଲାଗଡ଼ ତହସିଲଦାର ଶଙ୍କର ବାଗ ଘଟଣା ସ୍ଥଳ ରେ ପହଞ୍ଚି ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles