ଅବ୍ୟବସ୍ତିତ ଆମିଷ ବଜାର, ତେଜୁଛି ଅସନ୍ତୋଷ

ଟିଟିଲାଗଡ,୧୯/୧୨(ଜେଏନ୍ଏସ),ଟିଟିଲାଗଡ ସହର ମଧ୍ୟରେ ଅବ୍ୟବସ୍ଥିତ ଆମିଷ ବଜାର କୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି।ପୂର୍ବରୁ ସହର ମଧ୍ୟରେ ଆମିଷ ଦୋକାନ ଗୁଡ଼ିକ ମନଇଚ୍ଛା ଖୋଲାଯାଇ ସୌନ୍ଦର୍ଯ୍ୟ ଓ ପରିବେଶ କୁ କଳୁଷିତ କରୁଥିବା ଦେଖିବାକୁ ମିଳୁଥିଲା।ଏହାକୁ ବ୍ୟବସ୍ଥିତ କରିବାକୁ ଯାଇ ପୌରପରିଷଦ ପକ୍ଷରୁ ସହର ଉପକଣ୍ଠ ରେ ମୁକ୍ତିଧାମ ନିକଟରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଅଭିଯାନ ଅନ୍ତର୍ଗତ ୨ ଲକ୍ଷ ୮୬ ହଜାର ଟଙ୍କା ବ୍ୟୟ ଅଟକଳ ରେ ଏକ ଆମିଷ ଭେଣ୍ଡିଂଙ୍ଗ ଜୋନ ନିର୍ମାଣ କରାଯାଇ କିଛି ଆମିଷ ଦୋକାନୀ କୁ ଥଇଥାନ କରାଯାଇଥିଲା।ତେବେ ଏଠାରେ ଆବଶ୍ୟକତା ଅନୁପାତରେ କମ ଷ୍ଟଲ ନିର୍ମାଣ କରାଯାଇଥିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ସହର ମଧ୍ୟରେ କିଛି ଆମିଷ ଦୋକାନ ରହିଥିବା ଦେଖିବାକୁ ମିଳିଛି।ଏଥିଯୋଗୁଁ ସହର ଉପକଣ୍ଠ ଥିବା ଦୋକାନୀ ଙ୍କୁ ବ୍ୟବସାୟ ରେ କ୍ଷତି ସହିବାକୁ ପଡୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଛି।ଘଟଣା କୁ ନେଇ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦନ ଶତପଥୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ସହର ମଧ୍ୟରେ ରହିଥିବା ଆମିଷ ଦୋକାନୀ ଙ୍କୁ ପୌର ପରିଷଦ ପକ୍ଷରୁ ନୋଟିସ ଦିଆଯାଇଥିବା ଏବଂ ସହର ଉପକଣ୍ଠରେ କିଛି ଦୋକାନ ଗୃହ ନିର୍ମାଣଧିନ ରହିଥିବା ବେଳେ ସହର ମଧ୍ୟରେ ଥିବା ସବୁ ଆମିଷ ଦୋକାନୀ ଙ୍କୁ ସ୍ଥାନାନ୍ତର କରାଯାଇ ବ୍ୟବସ୍ଥିତ କରାଯିବ ବୋଲି ପ୍ରକାଶ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles