ଆରଟିଆଇରେ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ରାଜ୍ୟ ସୂଚନା ଆୟୁକ୍ତଙ୍କ ନୋଟିସ

0
111

ଟିଟିଲାଗଡ଼,୦୮/୧୦,(ଜେଏନ୍ଏସ୍) ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନକୁ ନେଇ ରାଜ୍ୟ ସୂଚନା ଆୟୁକ୍ତ ଅସନ୍ତୋଷ ପ୍ରକାଶ ସହ ସଂପୃକ୍ତ ଅଧିକାରୀଙ୍କୁ ନୋଟିସ ଜାରି କରିଥିବା ସୂଚନା ମିଳିଛି ।ସୂଚନା ଅନୁଯାୟୀ, ଆବେଦନକାରୀ ସତ୍ୟ ନାରାୟଣ ବହିଦାର ଆରଟିଆଇ ମାଧ୍ୟମରେ ଗତ ୧୦.୦୫.୨୦୨୪ରେ ଓଡ଼ିଶା ବିଧାନ ସଭା ଜନସୂଚନା ଅଧିକାରୀଙ୍କୁ ବିଧାୟକ ଓ ମନ୍ତ୍ରୀ ମାନଙ୍କ ଦରମା ଓ ଅନ୍ୟାନ୍ୟ ଗସ୍ତ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ମାଗିଥିଲେ । ସମ୍ପୃକ୍ତ ବିଭାଗରୁ ଆବେଦନକାରୀଙ୍କୁ ଅସମ୍ପୂର୍ଣ୍ଣ ଓ ଭୁଲ ତଥ୍ୟ ପ୍ରଦାନ କରାଯାଇଥିବା ଅଭିଯୋଗରେ ଆବେଦନକାରୀ ପ୍ରଥମ ଅପିଲ ଅଧିକାରୀଙ୍କୁ ୧୮.୦୬.୨୪ ରେ ପୁନଃ ଆବେଦନ କରିଥିଲେ । ଅପିଲକାରୀଙ୍କୁ ବିନା ନୋଟିସରେ ସଂପୃକ୍ତ ଅଧିକାରୀ ଶୁଣାଣୀ କରିଥିବାରୁ ୨୦.୦୭.୨୪ ରେ ଶ୍ରୀ ବହିଦାର ରାଜ୍ୟ ସୂଚନା ଆୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନା ଆୟୁକ୍ତ ଆବେଦନକାରୀଙ୍କ ଆବେଦନ ଗ୍ରହଣ କରିବା ସହ ସଂପୃକ୍ତ ଜନସୂଚନା ଅଧିକାରୀ ଦ୍ଵୟଙ୍କୁ ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ ସହ ଆୟୁକ୍ତଙ୍କ ଠାରେ ଷ୍ଟାଟସ୍ ରିପୋର୍ଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଳମ୍ବ ହେଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଜରିମାନା ଗ୍ରହଣ କରାଯିବ ବୋଲି ବିଭାଗୀୟ ପତ୍ର ସଂଖ୍ୟା ୨୬୦୫/୨୪ ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି । 

LEAVE A REPLY

Please enter your comment!
Please enter your name here