ବିଜେପୁର ରେ ଆଦିବାସୀ ସଂଘ ପକ୍ଷରୁ ନୂଆଖାଇ ଭେଟଘାଟ

0
146

ଟିଟିଲାଗଡ଼,୨୨/୦୯,(ଜେଏନଏସ), ଟିଟିଲାଗଡ଼ ବ୍ଲକ ବିଜେପୁର ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଆହ୍ୱାନ କ୍ରମେ ବ୍ଲକସ୍ତରୀୟ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ପଦ୍ମନ ପଧାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ରାଜ୍ୟସଭା ସାଂସଦ ତଥା ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ମହାସଚିବ ନିରଞ୍ଜନ ବିଶି ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିଲେ । ଆଦିବାସୀମାନଙ୍କ ହକ ଅଧିକାର, ସାମ୍ବିଧାନିକ ଅଧିକାର, ସଂସ୍କୃତି ପରମ୍ପରା, ଦେବଦେବୀ ପୀଠରେ ସୁରକ୍ଷା, ପ୍ରଥା ପରମ୍ପରା, ଜଳ ଜଙ୍ଗଲ ଜମିର ସୁରକ୍ଷା କରି ଦେଶର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ସରକାର ସବୁବେଳେ ଆଦିବାସୀମାନଙ୍କ ଉପରେ ଷଡଯନ୍ତ୍ର କରୁଥିବାରୁ କେନ୍ଦ୍ର ସରକାର ବିରୋଧରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ସଭାକୁ ସୁନୀଲ ମାଝୀ ପରିଚାଳନା କରିଥିଲେ । କେନ୍ଦ୍ର ସରକାର ଆଦିବାସୀମାନଙ୍କ ମଧ୍ୟରେ କ୍ରିମି ଲେୟାର କରି ଜାତିଜାତି ମଧ୍ୟରେ ବିଭେଦ କରି ଆଦିବାସୀଙ୍କୁ ନିଜନିଜ ମଧ୍ୟରେ ଲଢେଇ କରିବାକୁ ଷଡଯନ୍ତ୍ର କରୁଥିବା ଆଦିବାସୀ ନେତା ଅଭିଯୋଗ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ଇନ୍ଦ୍ରମଣି ମାଝୀ, ନିତ୍ୟାନନ୍ଦ ମାଝୀ, ଜଗନ୍ନାଥ ମାଝୀ, ଚକ୍ର ଯାନୀ, ମନୋରଞ୍ଜନ ଭୋଇ, ବନଳତା ମାଝୀ, ଚୂଡ଼ାମଣି ମାଝୀ, ବନସିଂ ପଧାନୀ, ପ୍ରଫୁଲ୍ଲ ପଧାନୀ, ସୁଶୀଲ ଭୋଇ, ପୃଥ୍ୱୀରାଜ ମାଝୀ, ଲକ୍ଷ୍ମଣ ମାଝୀ, ବିଭୀଷଣ ମାଝୀ, ପର୍ଶୁରାମ ମାଝୀ ପ୍ରମୁଖଙ୍କ ସହ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here