ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ପରଲୋକ

ଟିଟିଲାଗଡ,୧୭/୧(ଜେଏନଏସ),ଓଲିଉଡ ର ପ୍ରଖ୍ୟାତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏମ୍ସ ରେ ପରଲୋକ ଘଟିଛି।ସେ ଲିଭର ଜନିତ ସମସ୍ୟା ସହ ଏକାଧିକ ରୋଗରେ ପୀଡ଼ିତ ଥିଲେ।କିଛିଦିନ ପୂର୍ବରୁ କଟକ ର ଏକ ଘରୋଇ ଡାକ୍ତରଖାନା ରେ ତାଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ତେବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ଅଧିକ ଚିକିତ୍ସା ପାଇଁ ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା।ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ ରେ ସେଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ଜାରି ରଖିଥିଲେ।ଏପରିକି ଆବଶ୍ୟକ ସ୍ଥଳେ ତାଙ୍କୁ ଏଆର ଲିଫ୍ଟ କରାଯିବାକୁ ମଧ୍ୟ ପ୍ରସ୍ତୁତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା।ମାତ୍ର ୩୫ ବର୍ଷ ବୟସରେ ଆରପାରି କୁ ଚାଲିଯାଇଥିବା ହ୍ୟୁମାନ କମ ବୟସରୁ ସଙ୍ଗୀତ ଜଗତ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।ହ୍ୟୁମାନ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହରରେ ୧୯୯୦ ମସିହା ନଭେମ୍ବର ୧୨ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ।ଟିଟିଲାଗଡ ସହର ର ୱାର୍ଡ ନଂ ୧୨ ଦେବନ୍ଧ ପଡ଼ା ନିବାସୀ ଶିକ୍ଷକ ସ୍ବର୍ଗତ ରବି ସାଗର ଓ ଶିକ୍ଷୟିତ୍ରୀ ଶେଫାଳୀ ସୁନା ଙ୍କ ଜ୍ୟେଷ୍ଠ ସୁପୁତ୍ର ଥିଲେ ହ୍ୟୁମାନ ସାଗର।ମାତା ପିତା ଉଭୟେ ଶିକ୍ଷକତା ସହ ସଙ୍ଗୀତ ସଂଯୋଜକ ଥିଲେ। ତାଙ୍କ ପରିବାର ସଙ୍ଗୀତ ସାଧନା ପ୍ରତି ସମର୍ପିତ ଥିବା ବେଳେ ହ୍ୟୁମାନ ମଧ୍ୟ ପିଲାଟି ଦିନରୁ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ।ସେ ସ୍ଥାନୀୟ ସେଣ୍ଟଆନି ସ୍କୁଲ ରେ ପାଠ ପଢ଼ିଥିଲେ।ତାଙ୍କ କ୍ୟାରିଅର ଆରମ୍ଭ ସମୟରେ ହିଁ ସାନ ଭାଇ ନ୍ୟୁମାନ୍ ସାଗର ଙ୍କ ଅକାଳ ବିୟୋଗ ଘଟିଥିବା ବେଳେ କରୋନା କାଳ ରେ ପିତା ରବି ସାଗର ଙ୍କ ପରଲୋକ ଘଟିଥିଲା।୨୦୧୭ ରେ ସେ ଶ୍ରୀୟା ମିଶ୍ର ଙ୍କୁ ବିବାହ କରିଥିଲେ।ସେ ଓଡ଼ିଆ ଚଳଚ୍ଚିତ୍ର, ଆଲବମ,ଭଜନ ସହ ହିନ୍ଦୀ ଗୀତ ରେ ମଧ୍ୟ କଣ୍ଠଦାନ କରିଥିଲେ।ତାଙ୍କ ବିୟୋଗରେ ସଙ୍ଗୀତ ଜଗତ ର ଅପୂରଣୀୟ କ୍ଷତି ଘଟିଥିବାବେଳେ ରାଜ୍ୟପାଳ କମ୍ଭମପତି ହରିବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅଗଣିତ ପ୍ରଶଂସକ ଙ୍କ ସହ ଜନ୍ମ ମାଟି ଟିଟିଲାଗଡ ସହରରେ ରେ ମଧ୍ୟ ଗଭୀର ଶୋକ ପ୍ରକାଶ ପାଇଛି।ଟିଟିଲାଗଡ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ,ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles