ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା

0
34

ଟିଟିଲାଗଡ଼,୨୧/୦୨/୨୦୨୫,(ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ବେଲଗାଁ ରେଞ୍ଜ ଠାରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ୧୨ ମାସ କାର୍ଯ୍ୟ ବୃଦ୍ଧି ନେଇ ଧାରଣା ପ୍ରଦର୍ଶନ କରାଯାଇଛି।

ବିଭାଗ ପକ୍ଷରୁ ଆଗକୁ କେନ୍ଦୁ ପତ୍ର ତୋଳିବା ଓ ଗୋଛା କଟା କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ସଂଘ ପକ୍ଷରୁ ଏହି କେନ୍ଦୁପତ୍ର ତୋଳାଳୀଙ୍କ ବିଭିନ୍ନ ଦାବୀ ଉପସ୍ଥାପନ କରାଯାଇଛି । ସଂଘର ପ୍ରମୁଖ ଦାବୀ ମଧ୍ୟରେ ୧୨ ମାସ କାମ ଯୋଗାଇବା, ବର୍ଦ୍ଧିତ ଦରମା, ସାଇକେଲ ବିଲ, ବୋନସ ପ୍ରଦାନ ଆଦି ଦାବୀ ରହିଛି । ସଂଘ ପକ୍ଷରୁ ଡିଏଫଓ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । 

LEAVE A REPLY

Please enter your comment!
Please enter your name here