ଏକତରଫା ପ୍ରେମରୁ ନାବାଳିକାକୁ ମାଆ ଆଗରେ ବିଷ ପିଆଇଲା ଯୁବକ, ନାବାଳିକା ମୃତ ।

0
99

ବଲାଙ୍ଗିର,୩୧/୦୭ (ଜେଏନ୍ଏସ୍) : ବଲାଙ୍ଗିର ଜିଲ୍କା ଆଗଲପୁର ଥାନା ବାଞ୍ଜିପାଳି ଗାଁ ରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକତରଫl ପ୍ରେମରୁ ଜଣେ ନାବାଳିକାକୁ ତା’ ମାଆ ଆଗରେ ଜଣେ ଯୁବକ ବିଷ ପିଆଇ ହତ୍ୟା କରିଦେଇଛି । ଝିଅଟି ଏକାକୀ ଥିବା ବେଳେ ଈଂଶା ଗ୍ରାମର ପ୍ରଣୟ ପଧାନ ନାମକ ଜଣେ ଯୁବକ ଘରେ ପଶି କୀର୍ତ୍ତନ ଓ ସୁଷମା ବିଶ୍ୱାଳଙ୍କ ଝିଅ ମମତା ବିଶ୍ୱାଳଙ୍କ ହାତ ଜୋରରେ ଧରି ଜବରଦସ୍ତ ବିଷ ପିଆଇଦେଇଥିଲା । ମମତାର ମାଆ ସେତେବେକେ ଘରକୁ ପହଁଚିବା ପରେ ଯୁବକଟି ଫେରାର ମାରିବାକୁ ଝିଅର ମାଆ କୁ ମଧ୍ୟ ଧକ୍କାଦେଇ ଦୌଡ଼ି ପକାଇଥିଲା । ଗୁରୁତର ଝିଅକୁ ପ୍ରଥମେ ଆଗଲପୁର ହସ୍ପିଟାଲ ଓ ପରେ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣି ଭର୍ତ୍ତି କରାଯାଇଥିଲା । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାର ଖବର ପାଇ ଆଗଲପୁର ଆଇଆଇସି ବାସୁଦେବ ଭୋଇ ବଲାଙ୍ଗିର ହସ୍ପିଟାଲକୁ ପହଂଚି ଶବକୁ ଜବତ କରି ପୋଷ୍ଟମାର୍ଟମ କରାଇଛନ୍ତି । କିଛି ଖରାପ ଉଦ୍ଦେଶ୍ୟ ନେଇ ଘରକୁ ପଶି ତାଙ୍କ ଝିଅକୁ ବିନା କାରଣରୁ ପୁଅଟି ହତ୍ୟା କରିଛି ଓ ତାକୁ ତୁରନ୍ତ ଗିରଫ କରି ଫାଶୀଦେବାକୁ ମମତାର ମାଆ ସୁଷମା ବିଶ୍ୱାଳ ଓ ଭାଇ ମନୋଜ ବିଶ୍ୱାଳ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here