ରେଳ ଷ୍ଟେସନରୁ ୩୮ କେଜିରୁ ଉର୍ଦ୍ଧ ଗଞ୍ଜେଇ ଜବତ,୩ ଗିରଫ

0
36

ଟିଟିଲାଗଡ଼,୨୩/୦୭/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ରେଳ ଜଙ୍କସନ ଗଞ୍ଜେଇ ଚୋରା ଚାଲାଣ କାରବାରର ପେଣ୍ଠ ସ୍ଥଳୀପାଲଟିଥିବା ଦେଖିବାକୁ ମିଳିଛି । ଭୌଗଳିକ ସ୍ଥିତି ଅନୁଯାୟୀ ଟିଟିଲାଗଡ଼ ଜଙ୍କସନ୍ ସହ ଦେଶର ବିଭିନ୍ନ ପ୍ରାନ୍ତ ସହ ସଂଯୁକ୍ତ ଥିବା ଗଞ୍ଜେଇ ମାଫିଆଙ୍କୁ ବେଶ ସୁହାଇଛି । ବୁଧବାର ଟିଟିଲାଗଡ଼ ଜି.ଆର୍.ପି., ଆର.ପି.ଏଫ୍ ଓ ଏସ୍.ଆଇ.ଡି.ଏଫ୍.ର ମିଳିତ ଟିମ୍ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମ ଠାରୁ ନାଗପୁରକୁ ଚୋରା ଚାଲାଣ ହେବାକୁଥିବା ୩୮.୬୪୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଏଥି ସହ ଘଟଣାରେ ସଂପୃକ୍ତ ଉତ୍ତରପ୍ରଦେଶ ଛନିଆପୁରା ଗ୍ରାମର ମୋହିତ ଗୁପ୍ତା, ଟକିୟାପୁରା ଗ୍ରାମର ସହଦେଵ ଯୋଗୀ, ଚିରାଗାଁଓ ର ବଣ୍ଟି ପ୍ରଜାପତି ନାମକ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ୩ଟି ମୋବାଇଲ ଫୋନ୍ ମଧ୍ୟ ପୁଲିସ ଜବତ କରିଛି । ଜବତ ଗଞ୍ଜେଇର ବଜାର ମୂଲ୍ୟ ୩,୮୬,୪୩୦ ଟଙ୍କା ଥିବା ଅବକାରୀ ବିଭାଗ ଆକଳନ କରିଛି । ଟିଟିଲାଗଡ଼ ସହକାରୀ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ମାଜିଷ୍ଟେଟ ମଙ୍ଗଳ ସିଂ ଭୋଇଙ୍କ ଉପସ୍ଥିତିରେ ଏହି ଚଢ଼ାଉରେ ଏସ୍.ଆଇ.ଡ଼ି.ଏଫ୍.  ଏସ୍.ଆଇ. ଏସ୍. କେ. ମେଣ୍ଡଲି, ଏଚ୍. ସି. ଯେ. ବେହେରା, ସି.ଟି. ଏସ୍.କେ. ଦାଶ, ଆର୍.ପି.ଏଫ୍. ଏସ୍.ଆଇ.ପି.ଏଫ୍. ଏସ୍. କେ. ମୀନା, ଏଚ୍.ସି. ଏସ୍.କେ. ସାହୁ, ଜି.ଆର୍.ପି. ଥାନା ଅଧିକାରୀ ବିନୟ ଭୋଇ ପ୍ରମୁଖ ସାମିଲ ଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । 

LEAVE A REPLY

Please enter your comment!
Please enter your name here