ବିଧାୟକ ସ୍ଥିତି ପରଖିବା ପରେ ବଦଳିଲେ ବିଜେପୁର ପେକ୍ସ ସମ୍ପାଦକ

ଟିଟିଲାଗଡ,୨/୧(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପେକ୍ସ ରେ ଚାଷୀ ଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ପାଇ ବିଧାୟକ ନବୀନ ଜୈନ ମଣ୍ଡି କୁ ଯାଇ ସ୍ଥିତି ପରଖିବା ପରେ ସଂପୃକ୍ତ ସମ୍ପାଦକ ଙ୍କୁ ବଦଳି କରାଯାଇଛି।ବଲାଙ୍ଗୀର ଜିଲ୍ଲାର ସବୁଠାରୁ ଅଧିକ ଧାନ କିଣାଯାଉଥିବା ବିଜେପୁର ପେକ୍ସରେ ସର୍ବାଧିକ ଦୁର୍ନିତୀ ହେଉଥିବା ନେଇ ଅଭିଯୋଗ ଉଠିଛି।ମିଲର୍ସ ଓ ପେକ୍ସକର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଚାଷିଙ୍କ ଧାନରୁ ୫କିଲୋ ମଣ୍ଡିକଟ କରୁଥିବା ଖୋଦ ଶାସକଦଳର ବିଧାୟକ ନବୀନ ଜୈନ ଅଭିଯୋଗ ଉଠାଇଛନ୍ତି। ଗତ ଦୁଇଦିନ ତଳେ ବିଧାୟକ ଶ୍ରୀ ଜୈନ ଚାଷିଙ୍କର ଅଭିଯୋଗ ପାଇ ନିଜେ ପେକ୍ସକୁ ପହଞ୍ଚିଥିଲେ ଓ ସ୍ଥିତି ଅନୁଧ୍ୟାନ କରିଥିଲେ।ପେକ୍ସକୁ ଧାନ ଆଣିଥିବା ଚାଷିଙ୍କ ସହିତ ଆଲୋଚନା କଲାପରେ ଜଣେ ଚାଷିଙ୍କର ଧାନକୁ କ୍ୱାଲିଟି ଆନାଲିଷ୍ଟକୁ କହି ପରୀକ୍ଷା କରାଇଥିଲେ।ଉକ୍ତ ଚାଷିଙ୍କର ଧାନର ସଂପୂର୍ଣ୍ଣ ନିରୋଳାଥିବାରୁ ତାକୁ ଏଫଏକ୍ୱ୍ୟୁମାନ କହି ସାର୍ଟିଫିକେଟ ଦେଇଥିଲେ। ମିଲର୍ସମାନଙ୍କ ସହିତ ପେକ୍ସ କର୍ମଚାରୀ ମିଶି ଚାଷିଙ୍କଠାରୁ ୫କିଲୋ କଟନୀ କରୁଥିବା ନେଇ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ସହ ଆଗକୁ ଏଭଳି ହେଲେ ମିଲର୍ସଙ୍କୁ ବ୍ଲାକଲିଷ୍ଟ କରାଇଦେବେ ବୋଲି ଚେତାବନୀ ଦେଇଥିଲେ।ସୂଚନା ଅନୁଯାୟୀ ଏହି ପେକ୍ସ ରେ ପ୍ରତିବର୍ଷ ପ୍ରାୟ ୬୦ ହଜାର କ୍ଵିଣ୍ଟାଲ ଧାନ କିଣା ଯାଇଥାଏ।ଚାଳିତ ବର୍ଷ ଏହି ପେକ୍ସ୍ ରେ ପ୍ରଥମେ ୪ଟି ମିଲର୍ସଙ୍କୁ ଟେଗ କରାଯାଇଥିଲା । ସେଥିରୁ ଜଣେ ମିଲର୍ସଙ୍କ ଟାର୍ଗେଟକୁ ଅନ୍ୟ ପେକ୍ସକୁ ଡାଇଭର୍ଟ କରାଯାଇଛି। ଆଉ ତିନିଜଣ ମିଲର୍ସ ଏବେ ଟେଗ ହୋଇଛନ୍ତି। ଏଠାରେ ସାଲେସରବାବା ରାଇସମିଲ ଓ ବମଳେଶ୍ୱରୀ ରାଇସମିଲ ସର୍ବାଧିକ ଚାଷିଙ୍କୁ ହଇରାଣ କରୁଥିବା ଅଭିଯୋଗ ହେଉଛି। ଧାନର ମାନ ଠିକଥିଲେ ହେଁ ଅନାଲିଷ୍ଟ ବଦଳରେ ମିଲର୍ସ ଏଜେଣ୍ଟ ଧାନର ମାନ ଦେଖୁଛନ୍ତି ଓ କଟନୀ କରାଉଛନ୍ତି ବୋଲି ଅଭିଯୋଗ ହେଉଛି। ଏହାକୁ ନେଇ ଚାଷିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଭିଯୋଗ ପରେ ପୂର୍ବରୁ ଥିବା ସଂପାଦକ ବିଘ୍ନେଶ୍ୱର ଭୋଇଙ୍କୁ ବଦଳାଯାଇ ଡମ୍ବରୁ ପଟ୍ଟନାୟକ ନାମକ ଜଣେ ସଂପାଦକଙ୍କୁ ଦାୟିତ୍ୱ ଦିଆଯାଇଛି ।ଶୁକ୍ରବାର ସେ ପେକ୍ସରେ ଯୋଗ ଦେଇଥିବାବେଳେ ଆଗକୁ ଧାନର ମାନ ପରୀକ୍ଷା କରାଯାଇ କିଣାଯିବ ବୋଲି କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles