ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ୨୦ ଯାତ୍ରୀ ଆହତ

0
131

ବଲାଙ୍ଗିର,୧୬/୦୭ (ଜେଏନ୍ଏସ୍), ଭୁବନେଶ୍ୱରରୁ ଭବାନିପାଟଣାକୁ ଫେରୁଥିବା ‘ଦିଲଖୁସ’ ବସ ମଙ୍ଗଳବାର ଦିନ ଭୋର ସମୟରେ ଜାତୀୟ ରାଜପଥ ୫୭ ପୁଇନ୍ତଳା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୩ ଜଣ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଭୁବନେଶ୍ୱରରୁ ବଲାଙ୍ଗିର ଦେଇ ଭବାନୀପାଟଣା କୁ ଆସୁଥିବା ‘ଦିଲଖୁସ’ ବସ ପୁଇଁତଳା ଛକରେ ରାସ୍ତାକଡାରେ ଛିଡା ହୋଇଥିବା ଏକ ହାଇୱାକୁ ପଛପଟୁ ଜୋର୍ ରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଫଳରେ ବସର ଆଗ ପଟ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ୨୦ ଜଣ ପୁରୁଷ ଓ ମହିଳା ଯାତ୍ରୀ ଆହତ ହୋଇଥିଲେ । ସୂଚନା ପାଇ ପୁଇନ୍ତଲା ପୁଲିସ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଭୀମଭୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠେଇଥିଲା । ତେବେ ଏହି ରାସ୍ତାରେ କିଛିଦିନ ମଧ୍ୟରେ ରାତ୍ରୀକାଳୀନ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ଥ ହେବା ସଂଖ୍ୟା ବୃଦ୍ଧି ପାଇଥିବା ଯୋଗୁଁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । 

LEAVE A REPLY

Please enter your comment!
Please enter your name here