ଲାୟନ୍ସ କ୍ଲବ ପକ୍ଷରୁ ଦେଶାତ୍ମବୋଧକ କାର୍ଯ୍ୟକ୍ରମ “ଏକ ସାମ ଦେଶ କେ ନାମ”

ଟିଟିଲାଗଡ(ଜେଏନଏସ), ଦେଶ ସ୍ଵାଧୀନତା ର ୭୯ ବର୍ଷ ପାଳନ ଅବସରରେ ରବିବାର ସନ୍ଧ୍ୟା ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଲାୟାନ୍ସ କ୍ଳବ୍ ପକ୍ଷରୁ ଦେଶାତ୍ମବୋଧକ କାର୍ଯ୍ୟକ୍ରମ”ଏକ ସାମ ଦେଶ କେ ନାମ” ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାର,ଅତିରିକ୍ତ ଜିଲ୍ଲାପାଳ ସନ୍ଦୀପ ଚଦ୍ରକାର, ଲାୟନ୍ସ କ୍ଲବ ଡିଜି ମମତା ଗୌତମ, ଚରଣଜିତକୌର ହୋରା,ଦୂର୍ଗେଶ ନନ୍ଦିନୀ ବିଶ୍ଵାଳ,ଲାୟନ ପ୍ରଦୀପ ବଂଶଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।ଅନୁଷ୍ଠାନ ପକ୍ଷରୁ ସ୍ଵାଧୀନତା ଦିବସ ଅବସରରେ ସ୍ଥାନୀୟ ଅବସରପ୍ରାପ୍ତ ଭାରତୀୟ ସେନାନୀ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି ଅବସରରେ ସ୍ଥାନୀୟ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଦେଶାତ୍ମବୋଧକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପୂର୍ବତନ ଡିଷ୍ଟ୍ରିକ ଗଭର୍ଣର ଯମୁନା ପ୍ରସାଦ ଗୋୟଲ୍, ସ୍ଥାନୀୟ ଶାଖା ସଭାପତି ସଞ୍ଜୟ ସୋନି,ସମ୍ପାଦକ ପଙ୍କଜ ନାମଦେବ,ବରିଷ୍ଠ ସଭ୍ୟ ଈଶ୍ୱର ଚନ୍ଦ୍ର ଜୈନ,ବିନ୍ଦୁ ସାହୁ,ଡ଼ ଲିଲାଧର ଶର୍ମା,ଗୋପାଲ ପ୍ରସାଦ ଲାଠ,ଏମ.ଡି ଆବାସ ଖାନ୍,ସଜ୍ଜନ କମାନି,ସନ୍ତୋଷ ମହାନ୍ତି,ସଞ୍ଜୟ ନାୟକ,ଅସୀମ କୁଣ୍ଡୁ ପ୍ରମୁଖ ଙ୍କ ସହ ଉଭୟ ଲାୟନ୍ସ ଓ ଲିଓ କ୍ଳବ୍ ସଦସ୍ୟ କାର୍ଯ୍ୟକ୍ରମ ସଫଳ କରିବାରେ ସହାୟକ ହୋଇଥିଲେ।ଆୟୋଜକ ଙ୍କ ଦେଶ ଭକ୍ତି କାର୍ଯ୍ୟକ୍ରମ ସହରବାସୀ ଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିବା ଦେଖିବାକୁ ମିଳିଛି। 

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles