ଟିଟିଲାଗଡ,୧୦/୮(ଜେଏନଏସ),ଟିଟିଲାଗଡ ସହରରେ ରକ୍ଷଣାବେକ୍ଷଣ ନା ରେ ଟାଟା ପାୱାର ର ଘନ ଘନ ବିଦ୍ୟୁତ କାଟ କୁ ନେଇ ଜନ ଅସନ୍ତୋଷ ତେଜିବା ରେ ଲାଗିଛି।ଉତ୍ତମ ଗୁଣବତ୍ତା ଓ ଉତ୍କୃଷ୍ଟ ସେବା ପ୍ରଦାନ ର ଦ୍ୱାହି ଦେଇ ବିଗତ ୨୦୨୧ ମସିହାରୁ ରାଜ୍ୟରେ ଟାଟା ପାୱାର ବିଦ୍ୟୁତ ସରୋବରାହ ଦାୟିତ୍ଵ ନେଇଥିଲା।ଉତ୍ତମ ସେବା ପାଇବା ନେଇ ଉପଭୋକ୍ତା ଙ୍କ ମହଲରେ ମଧ୍ୟ ଆଶା ଉଜ୍ଜୀବିତ ହୋଇଥିଲା।ତେବେ ବର୍ତ୍ତମାନ ସ୍ଥିତିରେ ଏଥିରେ ବ୍ୟତିକ୍ରମ ଦେଖାଯାଇଛି।ଟିଟିଲାଗଡ ପରି ଉତ୍ତପ୍ତ ସହରର ରେ ରକ୍ଷଣାବେକ୍ଷଣ ନା ରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବା ଦେଖିବାକୁ ମିଳିଛି।ଗତ ଗୁରୁବାର ଟାଟା ପାୱାର ପକ୍ଷରୁ ରକ୍ଷଣାବେକ୍ଷଣ କରାଯିବା ନେଇ ୮ ଘଣ୍ଟା ବିଦ୍ୟୁତ ସରୋବରାହ ବନ୍ଦ ରହିଥିଲା।ତେବେ ଏହା ପରେ ମଧ୍ୟ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜାରି ରହିଥିବା ଦେଖିବାକୁ ମିଳିଛି।କିଛିଦିନ ପୂର୍ବରୁ ଟାଟା ପାୱାର ଚିଫ ଅପରେସନ ଅଫିସର ଆଶିଷ କୁମାର ପାଟ୍ଟଯୋଷୀ ଟିଟିଲାଗଡ ଗସ୍ତ ରେ ଆସିଥିବାବେଳେ ପାୱାର କଟ ସମସ୍ୟା କୁ ନେଇ ସ୍ଥାନୀୟ ବିଧାୟକ ନବୀନ ଜୈନ ତାଙ୍କ ଦୃଷ୍ଟି ଆକର୍ଷଣ କରିଥଲେ।ଆଗକୁ ଅଘୋଷିତ ବିଦ୍ୟୁତ କାଟ ରେ ଲଗାମ ଲଗାଯିବା ନେଇ ଶ୍ରୀ ଯୋଶୀ ପ୍ରତିଶୁତି ମଧ୍ୟ ଦେଇଥିଲେ।ତେବେ ରବିବାର ପୁଣି ରକ୍ଷଣା ବେକ୍ଷଣ ନା ରେ ୩ ଘଣ୍ଟା ରୁ ଉର୍ଦ୍ଧ୍ବ ବିଦ୍ୟୁତ କାଟ କରାଯାଇଥିବା ଦେଖିବାକୁ ମିଳିଛି।ଏଥିସହ ବିଦ୍ୟୁତ କାଟ ସମୟରେ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଜାଣିଶୁଣି ନିଜ ଫୋନ ବନ୍ଦ କରିଦେଉଥିବା ଯୋଗୁଁ ଉପଭୋକ୍ତା ମହଲରେ ଅସନ୍ତୋଷ ଦ୍ଵିଗୁଣିତ ହୋଇଛି।ଶକ୍ତି ମନ୍ତ୍ରୀ ଙ୍କ ଜିଲ୍ଲାରେ ଏଭଳି ସ୍ଥିତି ଲାଗିରହିଥିବା ବେଳେ ଉତ୍କୃଷ୍ଟ ସେବା ପ୍ରଦାନ ରେ କମ୍ପାନୀ ଲକ୍ଷ୍ୟଚ୍ୟୁତ ହୋଇଥିବା ଉପଭୋକ୍ତା ମହଲରେ ଆଲୋଚନା ହେଉଛି।ଘଟଣା କୁ ନେଇ ସି ଇ ଓ ପ୍ରବୀଣ କୁମାର ଙ୍କୁ ଯୋଗାଯୋଗ କରାଯିବାରୁ ରକ୍ଷଣା ବେକ୍ଷଣ ପାଇଁ ପାୱାର କଟ ବିଷୟରେ ସେ ଅବଗତ ନଥିବା କହିଥିଲେ।ଏଥିସହ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ କରି ସ୍ଥିତି ପରଖିବେ ବୋଲି ଉଲ୍ଲେଖ କରିଥିଲେ।ତେବେ ଟିଟିଲାଗଡ ଡିଭିଜନ ର ରକ୍ଷଣା ବେକ୍ଷଣ ପାଇଁ ନିଯୁକ୍ତ ଏସ ଆର ଇଲେକ୍ଟ୍ରିକାଲ ନାମକ ଏକ ସଂସ୍ଥା ମାସକୁ ପ୍ରାୟ ୩ କୋଟି ଟଙ୍କା ନେଉଥିବା ବେଳେ ଏଭଳି ସ୍ଥିତି କୁ ନେଇ ଉପଭୋକ୍ତା ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି।