ଗଣେଶ ମନ୍ଦିର ସ୍ଥାନାନ୍ତରଣ ପାଇଁ ବିଧାୟକଙ୍କୁ ନିବେଦନ

0
61

ଟିଟିଲାଗଡ଼,୦୨/୦୫/୨୦୨୫(ଜେ.ଏନ୍.ଏସ୍.) ଟିଟିଲାଗଡ଼ ସହରର ଜନଗହଳି ପୂର୍ଣ୍ଣ ସ୍ଥାନ ପୁରୁଣା ବ୍ୟାଙ୍କ ଛକ ଠାରେ ମୁଖ୍ୟ ରାସ୍ତାକୁ ସଂଲଗ୍ନ ହୋଇ ରହିଥିବା ଗଣେଶ ମନ୍ଦିରକୁ ସ୍ଥାନାନ୍ତରଣ କରିବାକୁ ତ୍ରିନାଥ ମନ୍ଦିର ପୂଜା କମିଟି ପକ୍ଷରୁ ସ୍ଥାନୀୟ ବିଧାୟକ ନବୀନ ଜୈନଙ୍କୁ ନିବେଦନ କରାଯାଇଛି । ଏହି ପରିପ୍ରେକ୍ଷୀରେ ତ୍ରିନାଥ ମନ୍ଦିର ପୂଜା କମିଟି ସଦସ୍ୟମାନେ ବିଧାୟକ ଶ୍ରୀ ଜୈନ ଓ ପୌରଅଧ୍ୟକ୍ଷା ଶ୍ରୀମତୀ ମମତାଦେବୀ ଜୈନଙ୍କୁ ଲିଖିତ ଆବେଦନ ସହ ଆଲୋଚନା କରିଛନ୍ତି । ତ୍ରିନାଥ ମନ୍ଦିର ପରିସରରେ ପର୍ଯ୍ୟାପ୍ତ ଓ ଉପଯୁକ୍ତ ସ୍ଥାନ ଉପଲବ୍ଧ ଥିବା ଏବଂ ଏଠାରେ ଶ୍ରୀ ଗଣେଶଙ୍କ ଭବ୍ୟ ମନ୍ଦିର ନିର୍ମାଣ ସହ ଆବଶ୍ୟକ ପାଣ୍ଠି ଯୋଗାଇଦେବାକୁ ବିଧାୟକଙ୍କୁ କମିଟି ପକ୍ଷରୁ ନିବେଦନ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ, ଟ୍ରାଫିକ ସମସ୍ୟା ଯୋଗୁଁ ଏହି ମନ୍ଦିରକୁ ଭାଙ୍ଗିବା ନେଇ ପୌରପରିଷଦର ଅଧିବେଶନରେ ପ୍ରସ୍ତାବ ନଂ-୫ ଅନୁଯାୟୀ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାକୁ ନେଇ ସହରର ବୁଦ୍ଧିଜୀବୀ ଓ ଭକ୍ତଙ୍କ ମଧ୍ୟରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ମନ୍ଦିରର ନିକଟରେ ଥିବା ତ୍ରିନାଥ ମନ୍ଦିର ପରିସରକୁ ଏହା ସ୍ଥାନାନ୍ତରିତ କରାଗଲେ ଟ୍ରାଫିକ ସମସ୍ୟା ନିବାରଣ ସହ ଭକ୍ତଙ୍କ ଗହଣରେ ମଧ୍ୟ ଏହା ଆଦୃତ ହେବ ବୋଲି କମିଟି ପକ୍ଷରୁ ଉଲ୍ଲେଖ କରାଯାଇଛି । କାର୍ଯ୍ୟକ୍ରମରେ କମିଟି ସଦସ୍ୟ ଅନ୍ତର୍ଯ୍ୟାମୀ ବେହେରା, ସନାତନ ସେଠ, ଆନନ୍ଦ କେଡିଆ, ସଞ୍ଜୟ ବର୍ମା, ସଞ୍ଜୟ ବେହେରା, ବିକାଶ ଜୈନ, ଶିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । 

LEAVE A REPLY

Please enter your comment!
Please enter your name here