ରୋଗୀଙ୍କ ମୁହଁରେ ହସ ଫୁଟାଇଛି ଭୌତିକ ଚିକିତ୍ସା

0
21

ଟିଟିଲାଗଡ଼,୨୬/୦୬/୨୦୨୫(ଜେ.ଏନ୍.ଏସ୍.), ଟିଟିଲାଗଡ଼ ସରକାରୀ ଉପଖଣ୍ଡ ଡାକ୍ତରଖାନାରେ  ଉପଲବ୍ଧ ଭୌତିକ ଚିକିତ୍ସା ସେବା ଉତ୍କୃଷ୍ଟ ସେବା ପ୍ରଦାନ ସହ ରୋଗୀଙ୍କ ମୁହଁରେ ହସ ଫୁଟାଇବାରେ ସକ୍ଷମ ହୋଇଛି । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ନେଇ ସର୍ବଦା ଚର୍ଚ୍ଚା ରେ ରହି ଆସିଥିବା ଏହି ଡାକ୍ତରଖାନାରେ ଉପଲବ୍ଧ ନିୟମିତ ନିଶୁଳ୍କ ଭୌତିକ ଚିକିତ୍ସା ସେବା ପାଇ ସ୍ଥାନୀୟ ତଥା ପଡ଼ୋଶୀ ଜିଲ୍ଲାର ରୋଗୀ ବେଶ ଉପକୃତ ହେଉଥିବା ଦେଖିବାକୁ ମିଳିଛି । ଏହି ବିଭାଗ ଦାୟିତ୍ୱରେ ଥିବା ଶାରୀରିକ ଚିକିତ୍ସକ ସୁପ୍ରିୟା ସିଂ ଉତ୍ତମ ଚିକିତ୍ସା ପ୍ରଦାନ ସହ ନିଜ ଶୃଙ୍ଖଳିତ ବ୍ୟବହାର ପାଇଁ ରୋଗୀଙ୍କ ବେଶ ଆସ୍ଥା ଭାଜନ ହୋଇ ପାରିଥିବା ଦେଖିବାକୁ ମିଳିଛି । ଏହି ଚିକିତ୍ସା ପାଇଁ ବେସରକାରୀ କ୍ଲିନିକ୍ ତଥା ସହର ବାହାରକୁ ଯାଇ ଖର୍ଚ୍ଚାନ୍ତ ହେଉଥିବା ରୋଗୀଙ୍କୁ ଏହି ନିଶୁଳ୍କ ସେବା ବେଶ ସହାୟକ ହୋଇପାରିଛି । ଭୌତିକ ଚିକିତ୍ସା ବିଭିନ୍ନ ରୋଗ ପାଇଁ ଏକ ବିକଳ୍ପ ଚିକିତ୍ସା ବ୍ୟବସ୍ଥା ଓ ଏହା ଅନାବଶ୍ୟକ ଔଷଧ ସେବନ ତଥା ପାର୍ଶ୍ଵ ପ୍ରତିକ୍ରିୟାରୁ ରୋଗୀକୁ ରକ୍ଷା କରୁଥିବା ଶ୍ରୀମତୀ ସିଂ ଉଲ୍ଲେଖ କରିଛନ୍ତି । ସରକାରୀ ଡାକ୍ତରଖାନାରେ ଉପଲବ୍ଧ ଏହି ଉନ୍ନତ ଓ ଉତ୍କୃଷ୍ଟ ସେବା ଏବଂ ସଂପୃକ୍ତ ଚିକିତ୍ସକଙ୍କ ରୋଗୀ ସେବା ପ୍ରତି ସମର୍ପଣ ମନୋଭାବ  ବିଭିନ୍ନ ମହଲରେ ବେଶ ପ୍ରଶଂସିତ ହୋଇଛି ।

LEAVE A REPLY

Please enter your comment!
Please enter your name here