ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସହାୟକ ହେବ ପିକେଏସ୍ ଫାଉଣ୍ଡେସନ

0
88

ବଲାଙ୍ଗିର,୧୪/୦୭(ଜେଏନ୍ଏସ୍), ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକଅନ୍ତର୍ଗତ ମୁରସୁଣ୍ଢି ଗ୍ରାମଠାରେ ପିକେଏସ୍ ଫାଉଣ୍ଡେସନ ପକ୍ଷରୁ ଶିକ୍ଷାବିଦ ସ୍ୱର୍ଗତ ପ୍ରଫୁଲ୍ଲକୁମାର ସାହୁଙ୍କ ୨୦ତମ ତିରୋଧାନ ଦିବସ ଅବସରରେ ଏକ ଶ୍ରାଦ୍ଧସଭା ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ସଂସ୍କୃତି ଓ ପରଂମ୍ପରାରେ ପୂଜ୍ୟପୂଜା ଓ ପିତୃପୁରୁଷଙ୍କୁ ସମ୍ମାନ ଜଣାଇ ତାଙ୍କର ଧରୋହରକୁ ଆଗେଇନେବାର ଧାରା ରହିଆସିଛି । ଯେଉଁମାନେ ଗାଁ, ସହର କିମ୍ବା ଦେଶପାଇଁ ନିଜକୁ ସମର୍ପିତ କରୁଛନ୍ତି ତାଙ୍କର ସ୍ମୃତିଚାରଣ କରିବା ତାଙ୍କର ଉତ୍ତର ଦାୟାଦମାନଙ୍କର କର୍ତ୍ତବ୍ୟ ବୋଲି ମତପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ମୁରସୁଣ୍ଢି ତଥା ବଲାଙ୍ଗିର ଜିଲ୍ଲାର ଗରିବଲୋକଙ୍କ ସ୍ୱାସ୍ଥ୍ୟସେବା ଓ ଶିକ୍ଷାର ଉନ୍ନତିରେ ପିକେଏସ୍ ଫାଉଣ୍ଡେସନ ସହାୟକ ହେବ ବୋଲି କୁହାଯାଇଛି । ପୁରାତନ ଶିକ୍ଷକ ଜଗନ୍ନାଥ ପଧାନଙ୍କ ସଭାପତିତ୍ୱ ଓ ଫାଉଣ୍ଡେସନରର ପ୍ରତିଷ୍ଠାତା ମୃତ୍ୟୁଞ୍ଜୟ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ‌ ସଂସ୍କୃତି ଗବେଷକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରଗତିବାଦୀ ବଲାଙ୍ଗିର ଜିଲ୍ଲା ପ୍ରତିନିଧି ପୂର୍ଣଚନ୍ଦ୍ର ପଣ୍ଡା ମୁଖ୍ୟବକ୍ତା, ଭୀମଭୋଇ ମେଡିକାଲ କଲେଜ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡ଼ାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ର ସମ୍ମାନିତ ଅତିଥି ଓ ମାହେଶ୍ୱରୀ ସଂଗଠନର ପ୍ରତିଷ୍ଠାତା ଅଙ୍କୁଶ କୁମାର ପାଣ୍ଡିଆ ସମ୍ମାନିତ ବକ୍ତା ଭାବରେ ଯୋଗଦେଇ ଥିଲେ । ଦିବଂଗତ ପ୍ରଫୁଲ୍ଲ କୁମାର ସାହୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅବସରପ୍ରାପ୍ତ ଶିକ୍ଷକ ମକାରୁ ପଧାନ, କଳା କ୍ଷେତ୍ରରେ ବିଶିଷ୍ଟ ଅବଦାନ ନିମନ୍ତେ ଦଣ୍ଡ କଳାକାର ବ୍ରଜକିଶୋର ଘିଭେଲା, ସାମ୍ବାଦିକତାରେ ‘ମୋର ସମିୟା’ ର ନିବେଶ ପାଣିଗ୍ରାହୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବକଟୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସଚ୍ଚିଦାନନ୍ଦ ପଧାନ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ଘନଶ୍ୟାମ ଭୋଇ ପରିଚାଳନା କରିଥିଲେ । ଶ୍ରୀକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟରେ ସଂଗ୍ରାମ କେଶରୀ ପଧାନ, ସୁଶାନ୍ତ ସାହୁ, ଶ୍ରୀକାନ୍ତ ପଧାନ, ବିରେନ୍ଦ୍ର ପଧାନ, ସନ୍ତୋଷ ସାହୁ, ତପନ କୁଆଁଚି, କୁଳମଣି ପଣ୍ଡା  ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here