ବଡ଼ମାଳ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ର ସ୍ଥାପନା ଦିବସ ପାଳିତ

0
154

ଟିଟିଲାଗଡ,୧୦/୧୦(ଜେଏନଏସ),ଗୋଳାବାରୁଦ କାରଖାନା ବଡ଼ମାଳ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ -୧ ର ୩୭ ତମ ସ୍ଥାପନା ଦିବସ ଶୁକ୍ରବାର ସନ୍ଧ୍ୟା ରେ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମରେ ଗୋଳାବାରୁଦ କାରଖାନା ପ୍ରବନ୍ଧକ ପି.ଏଲ୍. ବିଶେଖର ମୁଖ୍ୟଅତିଥି,ଉପ ପ୍ରବନ୍ଧକ ପ୍ରଭାସ ଭୋଇ,ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା,ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ,ବିଦ୍ୟାଳୟ ଅଧ୍ୟକ୍ଷ ରୋହିତ ଚୌଧୁରୀ,ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମଞ୍ଚାସିନ ଥିଲେ। ଶିକ୍ଷକ ଆଶୁତୋଷ ପଣ୍ଡା ଓ ଶିକ୍ଷୟତ୍ରୀ ଦୀପଶିଖା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରବଚ୍ଛିନ୍ନ ଭାବରେ ଏହି ବିଦ୍ୟାଳୟ ଅଗ୍ରଣୀ ଭୂମିକା ତୁଲାଇଥିବା ଅତିଥି ବୃନ୍ଦ ଉଲ୍ଲେଖ କରିଥିଲେ।ଏହି ଅବସରରେ କୃତ୍ତି ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଆଲୁମନି ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ଅତିଥି ବୃନ୍ଦ ଙ୍କୁ ଶ୍ରୁତି ସ୍ୱରୂପ ମେମେଣ୍ଟୋ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଆଲୋକ ପଣ୍ଡା,କାର୍ତ୍ତିକ ସୁନା, ସୁଜିତ ସିଂଦେଓ,କାରଖାନା ର ଲୋକ ସମ୍ପର୍କ ଅଧିକାରୀ ଦିଲ୍ଲୀପ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ,ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ଆଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବାବେଳେ ସାମୁହିକ ଜାତୀୟ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ସମାପନ ହୋଇଥିଲା।

LEAVE A REPLY

Please enter your comment!
Please enter your name here