ଜୁଆ ଆଡ୍ଡାରେ ପୁଲିସର ଚଢାଉ ୬ ଗିରଫ

0
52

ଟିଟିଲାଗଡ଼,୦୧/୦୧/୨୦୨୫,(ଜେଏନ୍ଏସ୍), ଟିଟିଲାଗଡ଼ ସହର ନିକଟ କୁମୁଡ଼ି ପଦର କୋଶଲେଶ୍ୱରୀ ମନ୍ଦିର ପଛପଟେ ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢାଉ କରି ୬ ଜଣ ଯୁଆଡ଼ିଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟାରେ କୁମୁଡି ପଦର ଠାରେ ଜୁଆ ଖେଳର ଆସର ଜମିଥିବା ନେଇ ପୁଲିସ ସୂଚନା ପାଇ ଏ.ସି.ଏଚ୍ କପୁରଚନ୍ଦ ପଧାନଙ୍କ ନେତୃତ୍ୱରେ ଏକ ଟିମ ଚଢାଉ କରିଥିଲା । ପୁଲିସ ଚଢ଼ାଉରେ ଜୁଆଡି ବଳଦେବ ହରପାଲ, ଅଜାମ୍ବିଳ ମାଝୀ, ଅରବିନ୍ଦ ଚନ୍ଦନ, ତୁଳସି ରାମ ସାହୁ, ମୋହନ ସିକା, ବଂଶୀଧର ଛତରଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୬ ଟି ବାଇକ, ୬ ଟି ମୋବାଇଲ ଏବଂ ୨୯୩୦ ଟଙ୍କା ଜବତ କରାଯାଇଛି । ଗିରଫ ୬ ଜୁଆଡିଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ପ୍ରକାଶ ଯୋଗ୍ୟଯେ ଟିଟିଲାଗଡ଼, ସହର ଉପକଣ୍ଠରେ ଜୁଆ ଖେଳର ଆସର ଜମୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ପୁଲିସ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଖବର ପ୍ରକାଶନ ପରେ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here