ଟିଟିଲାଗଡ଼,୮/୮(ଜେଏନଏସ), ଅଖିଳ ଭାରତୀୟ ଅଗ୍ରୱାଲ ମହାସଭାର ପ୍ରାନ୍ତୀୟ ଶାଖା ପକ୍ଷରୁ ସ୍ଥାନୀୟ କୁମୁଡା ପାହାଡ ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଗୋଷ୍ଠୀ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାନ୍ତୀୟ ଅଧ୍ୟକ୍ଷ ଶମ୍ଭୁ ଗୋୟଲ ଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜର ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇ ପ୍ରଭୁ ଧବଳେଶ୍ୱର ଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ।ପବିତ୍ର ଶ୍ରାବଣ ମାସ ରେ ଆୟୋଜକ ଙ୍କ ଉଦ୍ୟମ କୁ ଶ୍ରଦ୍ଧାଳୁ ପ୍ରଶଂସା କରିଥିଲେ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦଧିବାମନ ଟ୍ରଷ୍ଟ ବୋର୍ଡର ସଦସ୍ୟ ଭବାନୀ ହୋତା ଓ ସଞ୍ଜୀବ ପାଢ଼ୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ରାଷ୍ଟ୍ରୀୟ ପ୍ରବକ୍ତା ଜଗଦୀଶ ଜୈନ,ପ୍ରାନ୍ତୀୟ ସମ୍ପାଦକ ଗୋପାଳକୃଷ୍ଣ ଜୈନ, କୋଷାଧ୍ୟକ୍ଷ ବିଜୟ ଜୈନ, ଜିଲ୍ଲା ସଭାପତି ନରେନ୍ଦ୍ର ଅଗ୍ରୱାଲ, ସମ୍ପାଦକ ଶୈଳେଶ ଗୋୟଲ, ଗୋପାଳ ଟିବଡେୱାଲ ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।