ଟିଟିଲାଗଡ଼ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0
67

ଟିଟିଲାଗଡ଼,୦୨/୦୭ (ଜେଏନ୍ଏସ୍), ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ରଥଯାତ୍ରାକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦଧିବାମନ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ରେହାନ ଖେତ୍ରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସ୍ଥାନୀୟ ବିଧାୟକ ନବୀନ ଜୈନ, ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ, ଏସଡିପିଓ ଅଙ୍କିତା କୁମ୍ଭାର, ଟ୍ରଷ୍ଟି ସଞ୍ଜୀବ ପାଢ଼ୀ, ଟ୍ରଷ୍ଟ ସଦସ୍ୟ ଭବାନୀ ହୋତା ପ୍ରମୁଖ ମଞ୍ଚାସିନ ଥିଲେ ।

ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇପାରିବ ତାହାକୁ ନେଇ ଆଲୋଚନା ହୋଇଥିଲା । ଟ୍ରଷ୍ଟ ବୋର୍ଡର ବୈଠକ ନିୟମିତ ଅନ୍ତରାଳେ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମାଜ ସେବୀ ପ୍ରମୋଦ ପ୍ରଧାନ ମତ ଦେଇଥିଲେ । ବୈଠକରେ କମିଟି ବିଭିନ୍ନ ବିଭାଗୀୟ ଅଧିକାରୀ, ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ତଥା ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here