୭୮ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

0
88

ସଇଁତଳା, ୦୩/୦୮ (ଜେଏନ୍ଏସ୍) : ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବ୍ଲକସ୍ତରୀୟ ୭୮ ତମ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଇଁତଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁପ୍ରତାପ ଭୋଇ, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ ପ୍ରମୁଖ ଯୋଗଦେଇ ସ୍ୱାଧୀନତା ଦିବସ ପାଳନ ନେଇ ବିସ୍ତୃତ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା, ପ୍ୟାରେଡରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀଙ୍କ ପ୍ରଶିକ୍ଷଣ, ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଆଦି ବିଷୟବସ୍ତୁକୁ ନେଇ ବୈଠକରେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଥିଲା । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ପତାକା ଉତ୍ତୋଳନ କରିବାକୁ ସ୍ଥିରୀକୃତ ହୋଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଡ଼ିପିଓ ଗୋଲାପି ନାଏକ, ସୁପରଭାଇଜର ସୀମନ୍ତିନୀ ମଲ୍ଲିକ , ସିଆରସିସି ମନୋଜ ସାହୁ, ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର, ସ୍ଵାଗତିକା ଶତପଥି, ଅଗ୍ନିଶମ ବିଭାଗର ସମୀର ସାହୁ, କେନ୍ଦୁପତ୍ର ବିଭାଗର ହେମ ସାଗର ସାହୁ, ହେମନ୍ତ ଭୋଇ, ପ୍ରଭାତ ସିଂଭୋଇ, ବିଜୟ ରଥ, ଆଇନଜୀବୀ ମାନଭଞ୍ଜନ ପାଣିଗ୍ରାହୀ, ହିଜକ୍ଷ ତାଣ୍ଡି, ପ୍ରୀତିସାଗର ମହାନନ୍ଦ, ସାମ୍ବାଦିକ ପ୍ରମୋଦ ସେଲମା, ବିଶାଲ ଅଗ୍ରୱାଲ, ନାରାୟଣ ସାହୁ, ଉମେଶ ଭୋଇ, ରାକେଶ ସାହୁ, ପ୍ରମୋଦ ବୈଠାରୁ, ବିଜେପି ନେତା ଡୋଳାମଣି ବସ୍ତିଆ ପ୍ରମୁଖଙ୍କ ସହ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here