ପ୍ରାଥମିକ ଶିକ୍ଷକ ସଂଘ ର ବାର୍ଷିକ ସମ୍ମିଳନୀ

ଟିଟିଲାଗଡ଼,୧୧/୧(ଜେଏନଏସ), ଟିଟିଲାଗଡ ପ୍ରାଥମିକ ଶିକ୍ଷକ ସଂଘ ର ପଞ୍ଚମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମ ରେ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ପୌର ପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର ପଣ୍ଡା,ବ୍ଲକ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ରଥ,ଅତିରିକ୍ତ ଶିକ୍ଷା ଅଧିକାରୀ ଅଭିରାମ ମାଝୀ ଓ କୋଦଣ୍ଡ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ସଂଘ ସଭାପତି ପଞ୍ଚାନନ ଗଡ଼ତ୍ୟା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଆଦିମୂଳ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ସାଧାରଣ ସମ୍ପାଦକ ସୁଶାନ୍ତ ପଣ୍ଡା ସଂପାଦକୀୟ ବିବରଣୀ ପାଠ କରିଥିଲେ।ଆଦର୍ଶ ସମାଜ ଗଠନ ରେ ଗୁଣାତ୍ମକ ଶିକ୍ଷା ର ଆବଶ୍ୟକତା ରହିଥିବା ବେଳେ ଏଥିପାଇଁ ଗୁରୁ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବା ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜୈନ ପ୍ରକାଶ କରିଥିଲେ। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୌଣସି ବିଦ୍ୟାଳୟର ସମସ୍ୟା ତଥା ମୋଳିକ ଆବଶ୍ୟକତା ସମ୍ଵନ୍ଧରେ ତାଙ୍କୁ ଅବଗତ କରାଇବାକୁ ସେ ଶିକ୍ଷକ ମାନଙ୍କୁ ନିବେଦନ କରିଥିଲେ।ଏହି ଅବସରରେ ବିଧାୟକ ଶ୍ରୀ ଜୈନ ତାଙ୍କ ଅନୁଦାନ ପାଣ୍ଠି ରୁ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମିତ ଶୌଚାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପାଇଁ ଉଦ୍ଧିଷ୍ଟ ଶୌଚାଳୟ କୁ ଉଦଘାଟିତ କରିଥିଲେ।ସଂଘ ପକ୍ଷରୁ ୨୨ ଜଣ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles