ଚିତ୍ର ଶିଳ୍ପୀ ମନୋଜ ଙ୍କୁ ପ୍ରଧାନମନ୍ତ୍ରୀ ପଠାଇଲେ ପ୍ରଶଂସାପତ୍ର

0
179

ଟିଟିଲାଗଡ଼,୧୫/୦୯,(ଜେଏନଏସ), ଗିନିଜ ବିଶ୍ଵ ରେକର୍ଡର ଅଧିକାରୀ ଚିତ୍ରଶିଳ୍ପୀ ମନୋଜ ଶିକାଙ୍କୁ ତାଙ୍କ ଉତ୍କୃଷ୍ଟ କଳାକୃତି ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ପ୍ରଶଂସାପତ୍ର ପଠାଇଛନ୍ତି । ଟିଟିଲାଗଡ଼ ବ୍ଲକର ଜଗୁଆ ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ଗ୍ରାମ ନିବାସୀ ଚିତ୍ରଶିଳ୍ପୀ ମନୋଜ ପ୍ରଧାନମନ୍ତ୍ରୀଙ୍କ ଏକ ଚିତ୍ର ଆଙ୍କି ତାଙ୍କୁ ଉପହାର ସ୍ୱରୂପ ଦେଇଥିଲେ ।ଚଳିତବର୍ଷ ମେ ମାସ ୨୦ ତାରିଖରେ  ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଥିବାବେଳେ ଅନୁଗୁଳଠାରେ ଅନୁଷ୍ଠିତ ଏକ ସଭାରେ ମନୋଜ ପ୍ରଧାନମନ୍ତ୍ରୀଙ୍କ ଅବିକଳ ଚିତ୍ର ଆଙ୍କି ଭିଡ଼ ମଧ୍ୟରୁ ପ୍ରଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ଏହା ଦେଖି ସଙ୍ଗେସଙ୍ଗେ ତାଙ୍କ ସୁରକ୍ଷାକର୍ମୀଙ୍କ ଦ୍ଵାରା ମନୋଜଙ୍କ କଳାକୃତିକୁ ସମ୍ମାନ ଜଣାଇ ତାଙ୍କ ଉପହାର ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଡାକ ଯୋଗେ ବର୍ତ୍ତମାନ ଏକ ପ୍ରଶଂସାପତ୍ର ମନୋଜଙ୍କ ନିକଟକୁ  ଆସିଥିବା ବେଳେ ଏହାକୁ ନେଇ ସେ ନିଜେ ଉତ୍ସାହିତ ହେବା ସହ ତାଙ୍କ ପ୍ରଶଂସକ ମହଲରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି । ପ୍ରକାଶଯୋଗ୍ୟ ଯେ, ଚିତ୍ରଶିଳ୍ପୀ ମନୋଜ ବାବା ସାହେବ ଆମ୍ବେଦକରଙ୍କ ଲମ୍ବା ଚିତ୍ର ଅଙ୍କନକରି ଇଣ୍ଡିଆନ ବୁକ ଅଫ ରେକର୍ଡ ଓ ଗିନିଜ ବିଶ୍ଵ ରେକର୍ଡରେ ସ୍ଥାନପାଇ କୃତ୍ତିତ୍ଵ ଅର୍ଜନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here