ଘଣ୍ଟା ଘଣ୍ଟା ଧରି ଫାଟକ ବନ୍ଦକୁ ନେଇ ଜନ ଅସନ୍ତୋଷ : ଭୂତଳ ପୋଲ ନିର୍ମାଣ ପାଇଁ ଦାବୀ

0
122

ଟିଟିଲାଗଡ଼,୧୩/୦୭ (ଜେଏନ୍ଏସ୍), ଟିଟିଲାଗଡରୁ କେସିଙ୍ଗା ମଧ୍ୟରେ ଯାଇଥିବା ରେଳ ପଥ ଅନ୍ତର୍ଗତ ଇଞ୍ଜିନିୟରିଂ ଗେଟ ନଂ ୧୬୪ କତରକେଲା ରେଳ ଫାଟକ ଦୀର୍ଘ ସମୟ ଧରି ବନ୍ଦ ରହୁଥିବାରୁ ପ୍ରବଳ ଜନ ଅସନ୍ତୋଷ ଦେଖାଦେଇଛି । ବର୍ତ୍ତମାନ ଟିଟିଲାଗଡ଼ରୁ କେସିଙ୍ଗା ଯିବା ପାଇଁ ଏହା ମୁଖ୍ୟ ରାସ୍ତା ପାଲଟିଥିବା ବେଳେ ଟିଟିଲାଗଡ଼ ସହରବାସୀ ଓ କତରକେଲା ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମବାସୀ ଏହି ରାସ୍ତା ଉପରେ ନିର୍ଭରଶୀଳ । ତେବେ ଏହି ରେଳ ଫାଟକ ନିୟମିତ ଘଣ୍ଟା ଘଣ୍ଟା ଧରି ବନ୍ଦ ରହିବା ଯୋଗୁଁ ଏଠାରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାସହ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ସ୍ଥାନୀୟ ସରପଞ୍ଚଙ୍କ ସହ ଅଞ୍ଚଳବାସୀ ଏଠାରେ ଏକ ଭୂତଳ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବୀ କରି ଆସୁଛନ୍ତି । ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀଙ୍କ ସହ ଛାତ୍ରଛାତ୍ରୀ ଏପରିକି ଆମ୍ବୁଲାନ୍ସ ମଧ୍ୟ ଫାଟକ ବନ୍ଦ ଯୋଗୁଁ ଦୀର୍ଘ ସମୟ ଧରି ଏଠାରେ ଛିଡ଼ା ରହୁଥିବା ଦେଖିବାକୁ ମିଳୁଛି । ରେଳ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ଭୂତଳ ପୋଲ ନିର୍ମାଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here