ରେଳ ପ୍ରକଳ୍ପ ପାଇଁ ଜନ ଶୁଣାଣି

0
44

ଟିଟିଲାଗଡ଼,୧୦.୦୪.୨୦୨୫(ଜେଏନ୍ଏସ୍), ଖଜୁରୀପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଉପଜିଲ୍ଲାପାଳ  ରେହାନ ଖତ୍ରୀଙ୍କ ଅଧ୍ୟକ୍ଷତାରେ ଜମି ଅଧିଗ୍ରହଣ ପାଇଁ ଅଧିସୂଚନା ଉପରେ ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ସ୍ଵତନ୍ତ୍ର ରେଳ ପ୍ରକଳ୍ପ ରହେନଭଟାରୁ ସିକିର ନୂତନ ବାଏପାସ୍ ରେଳପଥ ନିର୍ମାଣ ପାଇଁ ଭୂମି ଅଧିକରଣ କରାଯାଉ ଥିବା ଗ୍ରାମ ଖଜୁରୀପଡା, ଗୁଞ୍ଚିତରା ଏବଂ ଚିଙ୍ଗେରମୁଣ୍ଡାର ପ୍ରଜାମାନଙ୍କ ପୁନର୍ବାସ ଓ ଥଇଥାନ କ୍ଷେତ୍ରର ତଫସିଲ ଭୁକ୍ତ ଜମି ଅଧିଗ୍ରହଣ ପାଇଁ ଅଧିସୂଚନା ଉପରେ ଏହି ଜନଶୁଣାଣି ହୋଇଥିଲା । ଏହି ଜନ ଶୁଣାଣିରେ ଜମି ହରାଉଥିବା ବ୍ୟକ୍ତି, ଗ୍ରାମବାସୀ ନିଜର ଆପତ୍ତି ଓ ଅଭିଯୋଗ ସମ୍ଵନ୍ଧରେ ଉପଜିଲ୍ଲାପାଳଙ୍କୁ ଜଣାଇଥିଲେ । ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ମୁରିବାହଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ମୁରିବାହାଲ ତହସିଲଦାର ଜଗଦୀଶ କର୍ତାମି, ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ଭାରପ୍ରାପ୍ତ ବଲାଙ୍ଗିର ରେଲୱେ ଜୋନ ଅଧିକାରୀ ସୁରେଶ ଚନ୍ଦ୍ର ନାଥ, ଡେପୁଟି କଲେକ୍ଟର ହରେକୃଷ୍ଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ରାଜସ୍ୱ ଅଧିକାରୀ ସୁନୀଲ କୁମାର ତାଣ୍ଡି ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟର କର୍ମଚାରୀ ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here