ଭୁବନେଶ୍ୱର,୧୬/୩(ଜେଏନ୍ଏସ),ଓଡ଼ିଶାରେ ହୋଇଥିବା ରାଜ୍ୟସଭା ନିର୍ବାଚନ ର ଫଳାଫଳ ପ୍ରକାଶ ପାଇଛି।ରାଜ୍ୟର ୪ ଟି ଆସନ ପାଇଁ ହୋଇଥିବା ଏହି ନିର୍ବାଚନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ,ସୁଜି କୁମାର ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ, ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଥିବାବେଳେ ବିଜେଡି ଓ କଂଗ୍ରେସ ର ମିଳିତ ପ୍ରାର୍ଥୀ ଦତ୍ତେଶ୍ୱର ହୋତା ପରାଜିତ ହୋଇଛନ୍ତି।ଏହି ନିର୍ବାଚନର ବିଜେପି ବାଜିମାତ କରିଥିବା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ କର୍ତ୍ତୃତ୍ୱ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।ଦଳୀୟ ହ୍ୱିପ କୁ ଅବମାନନା କରି ବିଜେଡି ର ଚକ୍ରଧର କହଁର,ସୁଭାଷିନୀ ଜେନା,ନବ କିଶୋର ମଲ୍ଲିକ, ଦେବୀ ରଞ୍ଜନ ତ୍ରିପାଠୀ,ସୌଭିକ ବିଶ୍ଵାଳ,ସନାତନ ମହାକୁଡ, ଅରବିନ୍ଦ ମହାପାତ୍ର କ୍ରସ ଭୋଟିଂ କରିଥିବା ବେଳେ କଂଗ୍ରେସ ଦଳ ର ସୋଫିଆ ଫିର୍ଦୋଷ,ରମେଶ ଜେନା ଓ ଦାଶରଥି ଗମାଙ୍ଗୋ କ୍ରସ୍ ଭୋଟିଂ କରିଥିଲେ।ତେବେ ନିର୍ବାଚନ କୁ ନେଇ ବିଜେଡି ଓ କଂଗ୍ରେସ ଘୋଡାବେପାର କଥା କହୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ୨୦୦୨ ମସିହା ରଣନୀତି କୁ ଦୋହରାଇଥିବା ଚର୍ଚ୍ଚା ହେଉଛି


