ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଉତ୍ସବ ପାଳନ

0
184

ଟିଟିଲାଗଡ,୯/୮/(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଦେସିଲ ସ୍ଥିତ ଆବାସିକ ବିଦ୍ୟାଳୟ “ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର”ପରିସରରେ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପିନେତା ମହେନ୍ଦ୍ର ଠାକୁର ମୁଖ୍ୟଅତିଥି,ସାମ୍ବାଦିକ ମନୋଜ କୁମାର ଶତପଥୀ,ଅନୁଷ୍ଠାନ ର ଅଧ୍ୟକ୍ଷ ସୁଧିର ସାହୁ,ବରିଷ୍ଠ ସମାଜସେବୀ ଅଞ୍ଜଳି ବେହେରା,ମାଆ ମାଟି ସେବା ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ବଗର୍ତ୍ତୀ,ଗୀତାଞ୍ଜଳି ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଶିକ୍ଷକ ବିଶ୍ୱପତି ବିଶି ଓ ଶିକ୍ଷୟିତ୍ରୀ ଚାନ୍ଦିନୀ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରଧାନ ଶିକ୍ଷକ ଭାଗିରଥି ବିଶି ସଭା ପରିଚାଳନା କରିଥିଲେ।ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଉଲ୍ଲେଖନୀୟ ପ୍ରଦର୍ଶନ ରେ ଅନୁଷ୍ଠାନ ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ।ଏହି ଅବସରରେ କୃତ୍ତି ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here